ଚାଲିପାରୁନି ସଂସଦର ଉଭୟ ଗୃହ, କୁମ୍ଭମେଳାରେ ଦଳା ଚକଟା ଘଟଣାକୁ ନେଇ ବିରୋଧୀଙ୍କ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭା ଏବଂ ରାଜ୍ୟସଭାରେ ଚାଲିଛି ଆଲୋଚନା। ଦକ୍ଷିଣ ଦିଲ୍ଲୀର ବିଜେପି ସାଂସଦ ରାମବୀର ସିଂହ ବିଧୁରୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଆଜି ଲୋକସଭାର ହଟ୍ଟଗୋଳରୁ ଆରମ୍ଭ ହେଲା ଗୃହ କାର୍ଯ୍ୟ । ବିରୋଧୀ ସାଂସଦମାନେ ମହାକୁମ୍ଭ ଅଘଟଣ ନେଇ ହଟ୍ଟଗୋଳ କରିଥିଲେ। କୁମ୍ଭମେଳା ଦଳାଚକଟା ନେଇ ଆଲୋଚନା ଦାବି କରି ବିରୋଧୀ ହଙ୍ଗାମା କରିଥିଲେ। ବିରୋଧୀ ସାଂସଦ ମାନେ ସ୍ଲୋଗାନ ଦେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମ୍ମୁଖରେ ପହଞ୍ଚିଥିଲେ। ଗୃହ ଚଳାଇବାକୁ ନିଜ ନିଜ ଆସନରେ ବସିଯିବାକୁ ସାଂସଦ ମାନଙ୍କୁ କହିଥିଲେ ବାଚସ୍ପତି। ଦିନ ଗୋଟାଏରେ ଲୋକସଭାରେ ବିବୃତି ରଖିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେହିପରି ରାଜ୍ୟସଭାରେ ମଧ୍ୟ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରୟାଗ କୁମ୍ଭମେଳା ଅଘଟଣ ନେଇ ଗୃହରେ ଆଲୋଚନା ଦାବି କରିଥିଲେ ବିରୋଧୀ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ କରିବା ସହ ରାଜ୍ୟସଭାରେ କକ୍ଷ ତ୍ଯାଗ କରିଥିଲେ ବିରୋଧୀ