ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା
1 min readନନ୍ଦିଘୋଷ ବ୍ୟୁରୋ: ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା। ନାଭିଗେସନ୍ ସାଟେଲାଇଟ୍ରେ ଗତକାଲି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ୧୦୦ତମ ରକେଟ୍ ମିଶନରେ ବାଧା ଉପୁଜିଛି। ISRO ପକ୍ଷରୁ ଏହାର ୱେବସାଇଟରେ ମିଶନରେ ତ୍ରୁଟି ନେଇ ସୂଚନା ପ୍ରଦାନ କରିଛି। କକ୍ଷପଥପରେ ସାଟେଲାଇଟକୁ ଅବସ୍ଥାନ ଲାଗି ଥ୍ରଷ୍ଟକୁ ଜ୍ଵଳନ ଲାଗି ଅକ୍ସିଡାଇଜରକୁ ପ୍ରବେଶ କରିବା ପାଇଁ ଇସ୍ରୋର ୧୦୦ତମ ସାଟେଲାଇଟ ମିଶନରେ ବାଧା।
ନାଭିଗେସନ୍ ସାଟେଲାଇଟ୍ରେ ଗତକାଲି ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ୧୦୦ତମ ରକେଟ୍ ମିଶନରେ ବାଧା ଉପୁଜିଛି। ISRO ପକ୍ଷରୁ ଏହାର ୱେବସାଇଟରେ ମିଶନରେ ତ୍ରୁଟି ନେଇ ସୂଚନା ପ୍ରଦାନ କରିଛି। କକ୍ଷପଥପରେ ସାଟେଲାଇଟକୁ ଅବସ୍ଥାନ ଲାଗି ଥ୍ରଷ୍ଟକୁ ଜ୍ଵଳନ ଲାଗି ଅକ୍ସିଡାଇଜରକୁ ପ୍ରବେଶ କରିବା ପାଇଁ ଭାଲବ୍ ଖୋଲି ନଥିଲା। ଫଳରେ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥ ସ୍ଲଟ୍ରେ ସ୍ଥାପନ କରିବା ଦିଗରେ କକ୍ଷପଥ ବୃଦ୍ଧି କାର୍ଯ୍ୟ କରାଯାଇପାରି ନାହିଁ। ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ର ଦ୍ୱାରା ନିର୍ମିତ ଉପଗ୍ରହ NVS-୦୨ କୁ ଭାରତ ଉପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯିବାର ଥିଲା। ଉପଗ୍ରହରେ ଥିବା ତରଳ ଇଞ୍ଜିନ୍ ଠିକ୍ ଭାବରେ କାର୍ଯ୍ୟ ନକରିବାରୁ ଏହାକୁ ନିର୍ଦ୍ଦିଷ୍ଟ କକ୍ଷପଥକୁ ପଠାଇବା ପ୍ରୟାସ ବିଳମ୍ବ ହେଉଛି। ଆବଶ୍ୟକ ସ୍ଥଳେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମଧ୍ୟ ହୋଇଯାଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଗତ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F15କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ମିସନ। ଚଳିତ ବର୍ଷ ISROର ଏହା ପ୍ରଥମ ସାଟେଲାଇଟ ଉତକ୍ଷେପଣ। ଭାଲବ୍ ଖୋଲି ନଥିଲା। ଫଳରେ ଉପଗ୍ରହକୁ ନିର୍ଦ୍ଦିଷ୍ଟ କକ୍ଷପଥ ସ୍ଲଟ୍ରେ ସ୍ଥାପନ କରିବା ଦିଗରେ କକ୍ଷପଥ ବୃଦ୍ଧି କାର୍ଯ୍ୟ କରାଯାଇପାରି ନାହିଁ। ୟୁ ଆର ରାଓ ସାଟେଲାଇଟ୍ କେନ୍ଦ୍ର ଦ୍ୱାରା ନିର୍ମିତ ଉପଗ୍ରହ NVS-୦୨ କୁ ଭାରତ ଉପରେ ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରାଯିବାର ଥିଲା। ଉପଗ୍ରହରେ ଥିବା ତରଳ ଇଞ୍ଜିନ୍ ଠିକ୍ ଭାବରେ କାର୍ଯ୍ୟ ନକରିବାରୁ ଏହାକୁ ନିର୍ଦ୍ଦିଷ୍ଟ କକ୍ଷପଥକୁ ପଠାଇବା ପ୍ରୟାସ ବିଳମ୍ବ ହେଉଛି। ଆବଶ୍ୟକ ସ୍ଥଳେ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ମଧ୍ୟ ହୋଇଯାଇପାରେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଗତ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ GSLV-F15କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ମିସନ। ଚଳିତ ବର୍ଷ ISROର ଏହା ପ୍ରଥମ ସାଟେଲାଇଟ ଉତକ୍ଷେପଣ।