କିଛିଦିନ ତଳେ ଡିପ୍ରେସନକୁ ଚାଲିଯାଇଥିଲେ ଦୀପିକା, ଏଥିପାଇଁ ମିଳିଲା ‘ଖ୍ରୀଷ୍ଟାଲ ଆୱାର୍ଡ’
1 min readଭାରତରେ ପ୍ରତି ୭ ଜଣଙ୍କ ଭିତରେ ଜଣେ ବ୍ୟକ୍ତି ମାନସିକ ରୋଗାଗ୍ରସ୍ତ ଅଟନ୍ତି । ଏହି ରୋଗକୁ କେତେ ଲୋକ ସର୍ବସମ୍ମୁଖରେ ପରିପ୍ରକାଶ କରିବାକୁ ଲଜ୍ୟା ଅନୁଭବ କରନ୍ତି । ଏହି ଧାରାକୁ ସମ୍ପୂର୍ଣ୍ଣ ରୂପେ ଭୁଲ ପ୍ରମାଣିତ କରିଛନ୍ତି ବଲିଉଡ଼ ନାୟିକା ଦୀପିକା ପାଦୁକୋନ । ଦୀପିକା ଦୁନିଆ ସାମ୍ନାରେ କେବଳ ଏହି ମାନସିକ ରୋଗକୁ ସ୍ୱୀକାର କରିନାହାଁନ୍ତି ବରଂ ଏହା ବିରୁଧରେ ଏକ ଅଭିଜାନ ଆରମ୍ଭ କରିଦେଇଛନ୍ତି । ଏବେ ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ୱାର୍ଲଡ ଇକୋନମିକ୍ ଫୋରମ ତରଫରୁ କ୍ରୀଷ୍ଟାଲ ଆୱାର୍ଡରେ ସମ୍ମାନୀତ କରାଯାଇଛି ।
https://www.instagram.com/p/B7jq7msjbd5/?utm_source=ig_web_copy_link
ସ୍ୱିଜରଲ୍ୟାଣ୍ଡର ଦାବେସ ଶହରରେ ଆୟୋଜିତ ୱାର୍ଲଡ ଇକୋନୋମିକ ଫୋରମ ତରଫରୁ ଦୀପିକାକୁ ୨୬ତମ ବାର୍ଷିକ କ୍ରୀଷ୍ଟାଲ ଆୱାର୍ଡରେ ସମ୍ମାନୀତ କରାଯାଇଛି । ଦୀପିକାଙ୍କୁ ମେଣ୍ଟାଲ ହେଲଥ୍ ସେକ୍ଟରରେ ତାଙ୍କର ଶାହାସିକତା କାର୍ଯ୍ୟପାଇଁ ଦିଆଯାଇଛି ଏହି ସମ୍ମାନ ।
ଆମେ ଆପଣଙ୍କୁ କହିରଖୁଛୁ ଯେ, ଦୀପିକା କିଛି ବର୍ଷତଳେ ଡିପ୍ରେସନରେ ଚାଲିଯାଇଥିଲେ । ଏବଂ ଏହି ରୋଗରେ ସେ ବହୁ ପ୍ରକାର ଅସୁବିଧାକୁ ସାମ୍ନା କରିଥିଲେ ।