ଆଜି ଖେଳି ପାରନ୍ତି ମହମ୍ମଦ ସାମି
1 min readନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-୨୦ । ୫ ମ୍ୟାଚ ବିଶିଷ୍ଟ ସିରିଜରୁ ଭାରତ ୩-୧ରେ ସିରିଜ ଜିତିଛି । ତେବେ ଶେଷ ମ୍ୟାଚରେ ଖେଳି ପାରନ୍ତି ମହମ୍ମଦ ସାମି । ଆଜି ଓ୍ବାଙ୍ଖଡେରେ ମ୍ୟାଚ ଖେଳାଯିବାକୁ ଯାଉଛି । ତୃତୀୟ ଟି-୨୦ରେ ସାମିକୁ ସୁଯୋଗ ମିଳିଥିଲା । କିନ୍ତୁ ଏହି ମ୍ୟାଚରେ ତାଙ୍କୁ କୌଣସି ଓ୍ବିକେଟ ମିଳିନଥିଲା । ତେବେ ଆଜିର ମ୍ୟାଚରେ ସେ ଭଲ ବୋଲିଂ କରିବେ ବୋଲି ଆଶା ରଖାଯାଇଛି । ନେଟରେ ଅଭ୍ୟାସ ଜୋରଦାର କରୁଥିବା ସାମି ଦଳକୁ ଫେରିବା ପାଇଁ ବହୁ ସଂଘର୍ଷ କରିଛନ୍ତି । ୨୦୨୩ ବିଶ୍ବକପ ପରେ ଆହତ କାରଣରୁ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଥିଲେ । ଫିଟ ହେବା ପରେ ପୁଣିଥରେ ଦଳରେ ତାଙ୍କୁ ସ୍ଥାନ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ସାମି କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
ଆଜି ଭାରତ-ଇଂଲଣ୍ଡ ମଧ୍ଯରେ ପଞ୍ଚମ ତଥା ଶେଷ ଟି-ଟ୍ବେଣ୍ଟି ମୁକାବିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ । ୩ଟି ମ୍ଯାଚ ଜିତି ଭାରତ ସିରିଜ୍ ହାତେଇ ସାରିଥିବାବେଳେ ଏହି ପଞ୍ଚମ ମ୍ଯାଚକୁ ଜିତି ନିଜର ମନୋବଳ ଦୃଢ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ୫ ଟିକିଆ ସିରିଜରେ ୩-୧ରେ ଅଗ୍ରଣୀ ରହିଛି ମ୍ଯାନ ଇନ୍ ବ୍ଲୁ । ସୂର୍ଯ୍ଯକୁମାର ଯାଦବଙ୍କ ନେତୃତ୍ବରେ ଟିମ ଏହି ସିଜନରେ ଭଲ ପ୍ରଦର୍ଶନ କରିଛି । ସେପଟେ ଏହି ମ୍ଯାଚ ଜିତି ଆଗାମୀ ସିରିଜ ପାଇଁ ନିଜର ବ୍ଯାଟିଂକୁ ସୁଦୃଢ କରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେଣୁ ୱାଙ୍ଖଡେରେ ଆଜି ମ୍ଯାଚ ରୋମାଞ୍ଚକ ହେବା ଆଶା କରିଛନ୍ତି କ୍ରିକେଟପ୍ରେମୀ । ଏହାପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଏକଦୀବସୀୟ ସିରିଜ । ୩ ଟିକିଆ ସିରିଜର ଦ୍ବିତୀୟ ମ୍ଯାଚ ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ।