spot_img

Latest Posts

ଘରେ ବାଘକୁ ଦେଖି ଆତଙ୍କିତ ହେଲେ ଲୋକେ: ବାଘଟି କେତେବେଳେ ଖଟିଆରେ ବସୁଥିଲା ତ କେତେବେଳେ କାନ୍ଥକୁ କାମୁଡୁଥିଲା…

ଗୁଜୁରାଟ: ଘର ଭିତରେ ପଶିଲା କଲରାପତରିଆ ବାଘ। ଆଶଙ୍କା ଓ ଆତଙ୍କରେ କଟିଲା ୬ ଘଣ୍ଟା। ଗୁଜୁରାଟ କଚ୍ଛ ନଖତ୍ରାଣାର ମୋଟି ଗୋଧିୟାର ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଘରେ କେହି ନଥିବା ବେଳେ କଲରାପତରିଆ ବାଘଟି ପଶି ଯାଇଥିଲା। ଏସଂପର୍କରେ ଜାଣିବା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଭୟରେ ଲୋକେ ଘର କବାଟ ବନ୍ଦ କରି ଦେଇଥିଲେ। ବନ୍ଦ ହେବା ପରେ ଘର ଭିତରେ ଘୁରି ବୁଲିଥିଲା କଲରାପତରିଆ। ବାଘଟି କେତେବେଳେ ଖଟିଆରେ ବସୁଥିଲା ତ କେତେବେଳେ କାନ୍ଥକୁ କାମୁଡୁଥିବା ଦେଖିବାକୁ ମିଳିଛି।

 

ଘରେ କଲରାପତରିଆ ବାଘ ପଶିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଇଛନ୍ତି। ପ୍ରାୟ ୬ଘଣ୍ଟାର ପ୍ରୟାସ ପରେ ବାଘକୁ କାବୁ କରିଥିଲେ ବନ ବିଭାଗ କର୍ମଚାରୀ।

Latest Posts

Don't Miss