ପଏଣ୍ଟ ନେମୋରେ ଭାରତୀୟ ନୌସେନାର ଦୁଇ ମହିଳା ଅଧିକାରୀ
1 min readନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା । ଦୁଇ ମହିଳା ଅଧିକାରୀଙ୍କ ସହ ପଏଣ୍ଟ ନେମୋ ଅତିକ୍ରମ କଲା INSV ତାରିଣୀ । ପଏଣ୍ଟ ନେମୋ ହେଉଛି ସବୁଠାରୁ ଦୂର ସ୍ଥାନ । ସମୁଦ୍ରର ସବୁଠାରୁ ଦୂର ସ୍ଥାନ । ଆଉ ଏଠାରେ ପହଞ୍ଚିଛନ୍ତି ୨ ମହିଳା ନୌସେନା ଅଧିକାରୀ । ୨ ଅକ୍ଟୋବର ୨୦୨୪ରୁ ଗୋଆରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ତେବେ ଡିସେମ୍ବର ୨୨ରେ ନ୍ୟୁଜିଲାଣ୍ଡର ଲିଟେନଟନ ବନ୍ଦରରେ ପହଞ୍ଚିଥିଲା । ତେବେ ଚଳିତ ମାସ ଆରମ୍ଭରୁ କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଲଲ୍ୟାଣ୍ଡ ଦୀପପୁଞ୍ଜର ପୋର୍ଟ ଷାନଲି ଅଭିମୁଖେ ଯାତ୍ରା କରିଥିଲେ ।
ତେବେ ପଏଣ୍ଟ ନେମୋ ପ୍ରସାନ୍ତ ମହାସାଗରରେ ଅବସ୍ଥିତ । ଏହା ହେଉଛି ପୃଥିବୀର ବିଚ୍ଛିନ୍ନ ସ୍ଥାନ । ନିକଟ ସ୍ଥଳଠାରୁ ୧୬୦୦ ମାଇଲ୍ ଦୂରରେ ଅବସ୍ଥିତ । ଏହା ନ୍ୟୁଜିଲାଣ୍ଡ ଏବଂ ଆଟଲାଣ୍ଟିକା ମଧ୍ୟରେ ଏହା ଅବସ୍ଥିତ । ଏହା ୧୯୯୨ ମସିହାରେ କାନାଡିୟ ଋଷର ଇଞ୍ଜିନିୟର ହ୍ରଭୋଜେ ଲୁକାଟେଲା ଚିହ୍ନଟ କରିଥିଲେ ।