ରାଷ୍ଟ୍ରପତି ଭବନରେ ଗୁଞ୍ଜରିତ ହେଲା ’କୁଛ କୁଛ ହୋତା ହୈ…’: ହୃଦୟ ଜିତିନେଲା ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀଙ୍କ ମନଛୁଆଁ ଗୀତ
1 min readନୂଆଦିଲ୍ଲୀ: ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ରାତ୍ରିଭୋଜନରେ ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀମାନେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଏହି ଅବସରର ରାଷ୍ଟ୍ରପତି ଭବନରେ ଗୁଞ୍ଜରିତ ହୋଇଥିଲା ସୁପରାଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ’କୁଛ କୁଛ ହୋତା ହୈ…’ ଗୀତ । ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀମାନେ ଏହି ବଲିଉଡ ଫିଲ୍ମର ଗୀତ ଗାଇ ସଭିଙ୍କ ମନକୁ ଛୁଇଁ ପାରିଥିଲେ । ବିଶିଷ୍ଟ ପ୍ରଚ୍ଛଦପଟ୍ଟ ଗାୟକ ଉଦିତ ନାରାୟଣ ଓ ଗାୟିକା ଆଲକା ୟାଗ୍ନିକଙ୍କ ଏହି ସୁମଧୁର ଗୀତ ଆଜି ବି ଲୋକଙ୍କ ମନରେ ଜୀବିତ ହୋଇ ରହିଥିବା ବେଳେ ବିଦେଶୀଙ୍କ କଣ୍ଠରେ ଏହି ଗୀତ ପୁଣି ଥରେ ତା’ର ଅତୀତର ସ୍ମୃତିକୁ ପୁନର୍ଜୀବିତ କରିପାରିଛି ।
୭୬ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଖାସ୍ ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଅନ୍ତୋଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ରାଷ୍ଟ୍ରପତି ସୁବିଅନ୍ତୋ ଗୁରୁବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଶନିବାର ଦିନ ରାଷ୍ଟ୍ରପତି ଭବନରେ ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳୀ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ’କୁଛ କୁଛ ହୋତା ହୈ’ର ଗୀତ ଗାଇ ସଭିଙ୍କ ଦିଲ ଜିତି ନେଇଥିଲେ । ଇଣ୍ଡୋନେସିଆର ମନ୍ତ୍ରୀ ପାରମ୍ପରିକ ’ସୋଙ୍ଗକୋକ’ ଟୋପି ଓ ସୁଟ ପିନ୍ଧି ଏହି ଗୀତକୁ ଗାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରା ହେବାରେ ଲାଗିଛି ।
#WATCH | Delhi: A delegation from Indonesia sang Bollywood song ‘Kuch Kuch Hota Hai’ at the banquet hosted by President Droupadi Murmu in honour of Prabowo Subianto, President of Indonesia at Rashtrapati Bhavan. The delegation included senior Indonesian ministers.
The… pic.twitter.com/CNttOIlSze
— ANI (@ANI) January 26, 2025