ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀ ମାନେ ଆଲୋଚନା କରିବେ । ଏନେଇ ଗତକାଲି ଟ୍ୱିଟ କରି ପ୍ରସ୍ତୁତ ରହିବାକୁ ସୂଚନା ଦେଇଥିଲେ । ପରୀକ୍ଷାରେ ଟାଇମ ମ୍ୟାନେଜମେଣ୍ଟ  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାଦ୍ଵାରା ସଫଳତା ହାସଲ କରିହେବ ବୋଲି ଟ୍ୱିଟରେ ବାର୍ତ୍ତା ଦେଇଛନ୍ତି । ଆଜି ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚାର ତୃତୀୟ ସଂସ୍କରଣ ଆୟୋଜିତ ହେବ ।

ଏଥିରେ ସମଗ୍ର ଦେଶରୁ ପ୍ରାୟ  ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ଭାଗନେବାକୁ ଓଡ଼ିଶାରୁ ୨୮ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଯାଇଛନ୍ତି। ପରୀକ୍ଷା ପେ ଚର୍ଚ୍ଚା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉପରୁ ଚାପ ଦୂର  କରିବାର ଟେକନିକ୍‌ ସମ୍ପର୍କରେ କହିବେ ।

ଏହି କାର୍ଯ୍ୟକ୍ରମରେ ୬୦ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବେ । ଆଜି ଦିନ ୧୧ଟା ସମୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସାରା ଦେଶରେ ଦୁରଦର୍ଶନ ସହ ବିଭିନ୍ନ ଟିଭି ଚ୍ୟାନେଲ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଫେସବୁକ ଏବଂ ୟୁଟ୍ୟୁବ ଚ୍ୟାନେଲ ସହିତ ଇଣ୍ଡିଆ ରେଡିଓରେ ସିଧାପ୍ରସାରଣ କରାଯିବ ।

Leave a Reply