କାମ ଦେବ କି ଦାଦାଙ୍କ ଭବିଷ୍ୟବାଣୀ , ସତ ହେଲେ ଭାରତ..
ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ଜିତିବା ଲାଗି ସମସ୍ତ ଦେଶ ନିଜର ରଣକୌଶଳ ପ୍ରସ୍ତୁତ କରିଛନ୍ତି । ତେବେ ଭାରତୀୟ ଦଳ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଯେଭଳି ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା ତାହା ବେଶ ଚିନ୍ତାର ବିଷୟ ପାଲଟିଥିଲା । ଏଣୁ ଚାମ୍ପିୟନ୍ସ ଟ୍ରଫିର ଦଳର ପ୍ରଦର୍ଶନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି । କିନ୍ତୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି କି, ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରିବେ । ଯଦି ଏହା ହୁଏ ତାହେଲେ ଭାରତ ପାଇଁ ବେଶ ଲାଭ ଦାୟକ ହେବ ।
ଦାଦା କହିଛନ୍ତି କି, ଧଳା ବଲରେ ଅର୍ଥାତ ଦିନିକିଆରେ ହିଟମ୍ୟାନଙ୍କ ରେକର୍ଡ ଭଲ ରହିଛି । ଏପରିକି ଦିନିକିଆରେ ସର୍ବାଧିକ ବଡ଼ ସ୍କୋର (୨୭୪)ର ରେକର୍ଡ ରହିଛି । ଯଦି ରୋହିତଙ୍କ ହାରାହାରି ସ୍କୋର ଉପରେ ନଜର ପକାଇବା ତାହେଲେ ସେ ୪୯.୧୬ ହାରରେ ଖେଳିଛନ୍ତି । ଯେଉଁଥିରୁ ତାଙ୍କର ରେକର୍ଡ ବେଶ ଭଲଭାବେ ସ୍ପଷ୍ଠ । ତେବେ ଚାମ୍ପିୟନ୍ସ ଟ୍ରଫିରେ ରୋହିତଙ୍କ ରେକର୍ଡ ମଧ୍ୟ ଭଲ ରହିଛି । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଥିବାବେଳେ ଡାଇବ୍ରିଡ ମଡେଲରେ ଖେଳାଯାଉଛି । ଭାରତ ତାର ସମସ୍ତ ମ୍ୟାଚରେ ୟୁଏଇରେ ଖେଳିବ ।