ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକ, ଜାଣନ୍ତୁ ଏବେ କଣ କରୁଛନ୍ତି ଗାର୍ଲଫ୍ରେଣ୍ଡ ରିୟା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଦିବଙ୍ଗତ ନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଜି ୩୯ତମ ଜନ୍ମ ବାର୍ଷିକୀ । ତାଙ୍କ ମୃତ୍ୟୁକୁ ୫ ବର୍ଷ ବିତିଯାଇଛି । କିନ୍ତୁ ଆଜି ବି ତାଙ୍କ ମୃତ୍ୟୁ ରହସ୍ୟ ଖୋଲିନି । ତେବେ ତାଙ୍କ ମୃତ୍ୟୁ ପରେ ଗଣମାଧ୍ୟମରେ ହେଡଲାଇନ ପାଲଟିଥିଲେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ତାଙ୍କୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏବରିକି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା ଏବଂ ପରେ ସେ ଜାମିନରେ ବାହାରକୁ ଆସିଛନ୍ତି ।

ରିୟା ୨୦୧୨ ମସିହାରେ ଏକ ତେଲୁଗୁ ଚଳଚିତ୍ର ଜରିଆରେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୩ ମସିହାରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଅନେକ ବଲିଉଡ ଫିଲ୍ମରେ ନିଜର ଜଲଓ୍ବା ଦେଖାଇଥିବା ରିୟା ଯେତିକି ଚର୍ଚ୍ଚାରେ ରହି ନଥିଲେ, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରେ ଅଧିକ ଲୋକଲୋଚନକୁ ଆସିଥିଲେ । ଏବେ ସେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଲାଉଛନ୍ତି । ପ୍ରଡକାଷ୍ଟ କରି ନିଜର ୟୁଟ୍ୟବରେ କାମ କରୁଛନ୍ତି । ୨୦୧୩ ମସିହାରୁ ସୁଶାନ୍ତଙ୍କ ସହ ରହିଥିଲେ । ମାତ୍ର ସେମାନେ ଭଲ ବନ୍ଧୁ ଥିବା କହିଛନ୍ତି । କିନ୍ତୁ ସେମାନେ ୨୦୧୮ରେ ପ୍ରେମ ସମ୍ପର୍କରେ ଆସିଥିବା କହିଛନ୍ତି ।