ଇଂଲଣ୍ଡ ବିପକ୍ଷ ଟି-୨୦ରେ ରେକର୍ଡରେ କରିବେ ଭାରତୀୟ ଖେଳାଳି
1 min readନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ । ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ କୋଲକାତାରେ ଆସନ୍ତାକାଲି ଖୋଳାଯିବ । ତେବେ ଏହି ସିରିଜରେ ବହୁ ରେକର୍ଡର ଅଧିକାରୀ ହୋଇପାରିବେ ଭାରତୀୟ ଖେଳାଳି । ଏଭଳି କିଛି ସୁଯୋଗ ରହିଛି । ତେବେ ଆସନ୍ତୁ ନଜର ପକାଇବା କେଉଁ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ଭାରତୀୟ ଖେଳାଳି ।
ସୂର୍ଯ୍ୟକୁମାର ଯାଦବ : ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକଙ୍କ ଲାଗି ଏକ ବଡ଼ ସୁଯୋଗ ରହିଛି । ସେ ଆନ୍ତର୍ଜାତୀୟ ଟି-୨୦ରେ ୧୫୦ ଛକା ମାରିବାର ଚତୁର୍ଥ ଖେଳାଳି ହେବାକୁ ଯାଉଛନ୍ତି । ସେ ଆଉ ମାତ୍ର ୫ ଛକା ପଛରେ ରହିଛି । ସେପଟେ କିନ୍ତୁ ବଟଲର ୧୪୬ଟି ଛକା ମାରି ଏବେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏଣୁ ଏହି ସିରିଜରେ ଉଭୟଙ୍କ ମଧ୍ୟରେ ଛକା ମାରିବାର ପ୍ରତିଯୋଗିତା ଦେଖିବାକୁ ମିଳିପାରେ ।
ହାର୍ଦ୍ଦିକ ପାଣ୍ଡ୍ୟା : ଯଦି ଛକା ମାରିବା କଥା କହିବା ତାହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ୮୮ଟି ଛକା ମାରିଛନ୍ତି । ୧୦୦ ଛକା ଠାରୁ ସେ ମାତ୍ର ୧୨ ଛକା ଦୂରେ ରହିଛନ୍ତି । ଏଣୁ ଆଶା ରଖାଯାଇଛି କି ଏହି ସିରିଜରେ ସେ ଶହେ ଛକା ମାରିବେ ।
ଅର୍ଶଦୀପ ସିଂ: ୬୦ ଟି-୨୦ ଖେଳିଥିବା ଅର୍ଶଦୀପ ଏଯାବତ ୯୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏଣୁ ଏହି ସିରିଜରେ ସେ ୧୦୦ ଓ୍ବିକେଟର ଅଧକାରୀ ହୋଇପାରନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛନ୍ତି କି, ଅର୍ଶଦୀପ ଭାରତ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିବାର ରେକର୍ଡ ଅର୍ଜନ କରିପାରନ୍ତି । କାରଣ ଚହଲ ଏଯାବତ ସର୍ବାଧିକ ୯୬ ଓ୍ବିକେଟ ଅକ୍ତିଆର କରିଛନ୍ତି ।
ସଞ୍ଜୁ ସାମସନ : ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଥିବା ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୫୦ ଛକା ମାରିବାଠାରୁ ୪ଟି ପଛରେ ରହିଛନ୍ତି । ଏହାସହ ୧୦୦ ରନ ପୂରଣ କରିବା ମାମଲାରେ ୧୯୦ ରନ ପଛରେ ରହିଛନ୍ତି । ଟିମରେ ନିୟମିତ ସ୍ଥାନ ବନାଇବା ପାଇଁ ବଡ଼ ସୁଯୋଗ ଦେବ ।