ଜେହ’କୁ ବନ୍ଧକ ବନାଇ ବାଂଲାଦେଶ ଫେରିବାକୁ ଚାହୁଁଥିଲା ମହମ୍ମଦ ଶରୀଫୁଲ
1 min readମୁମ୍ବାଇ: ସୈଫ ଅଲ୍ଲୀଖାନଙ୍କ ଛୁରାମାଡ ଘଟଣାରେ ପୁଣି ଏକ ନୂଆ ମୋଡ । ପୁଣି ଏକ ଚାଞ୍ଚଲ୍ୟକର ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଭିଯୁକ୍ତ ମହମ୍ମଦ ଶରୀଫୁଲ ଇସଲାମ ଶେହଜାଦ ପୁଣି ଏକ ବଡ ଖୁଲାସା କରିଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ମହମ୍ମଦ ସରିଫୁଲ କରୀନା-ସୈଫଙ୍କ ପୁଅ ଜହାଙ୍ଗୀର(ଜେହ)ଙ୍କୁ ବନ୍ଧକ ବନେଇ ୧କୋଟି ମାଗିବାର ଯୋଜନା କରିଥିଲା । ଅଭିଯୁକ୍ତର ଉଦ୍ଦେଶ୍ୟ ୧କୋଟି ପଇସା ନେଇ ବାଂଲାଦେଶ ଫେରିଯିବାର ଯୋଜନା ଥିଲା । ଅଭିଯୁକ୍ତକୁ ବାଂଲାଦେଶ ଫେରିଯିବା ପାଇଁ ନକଲି ପାସପୋର୍ଟର ଆବଶ୍ୟକତା ଥିଲା । ଯେଉଁଥିପାଇଁ ତାକୁ ପଇସା ଦରକାର ଥିଲା । ସେଥିପାଇଁ ସେ ଏଭଳି ଯୋଜନା କରିଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା କରିବାବେଳେ ଏହି କଥାର ପର୍ଦ୍ଦାଫାଶ ହୋଇଛି ।
ଆକ୍ରମଣକାରୀ ପ୍ରଥମେ ସୈଫଙ୍କ ଘରେ ପଣି ଚାକରୀରଣୀ ଲୀମା ଫିଲିପ୍ସଙ୍କୁ ୧କୋଟି ଟଙ୍କା ମାଗିଥିଲା । କିନ୍ତୁ ସେ ଦେଇନଥିବାରୁ ଲିମା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଏହି ସମୟ ମଧ୍ୟରେ ଘରର ବାକି ଲୋକ ଉଠିଯିବାରୁ ସେ ଭୟଭୀତ ହୋଇପଡିଥିଲା । ଚାକରାଣୀ ଏବଂ ତାଙ୍କ ଭିତରେ ଝଗଡା ବଳେ ଅଭିଯୁକ୍ତ ଭୟରେ ସୈଫଙ୍କ ଉପରେ ଆକ୍ରମଣ କରିଥିଲା । ଅଭିଯୁକ୍ତ ପ୍ରଥମେ ଲିମା ଉପରେ ଆକ୍ରମଣ କରିଥିଲା ପରେ ସୈଫ ମଝିରେ ଆସିଯିବାରୁ ତାଙ୍କୁ ଆକ୍ରମଣର ଶିକାର ହେବାକୁ ପଡିଲା । ପ୍ରଥମେ ସୈଫଙ୍କ ବେକକୁ ଆକ୍ରମଣ କରାଯାଇଥିଲା ପରେ ଅଣ୍ଟାକୁ ଆକ୍ରମଣ ହୋଇଥିଲା ।
ଅଭିଯୁକ୍ତ ବାବଦରେ ଆଉ ଏକ ବଡ ଖୁଲାସା ହୋଇଛି । ସେ ବାଂଲାଦେଶରେ ଜଣେ କୁସ୍ତି ଖେଳାଳୀ ଥିଲା । ସେ ଛୋଟବେଳୁ କୁସ୍ତିରେ ମାହିର ଥିଲା । ଏହି କାରଣ ପାଇଁ ସେ ପୁରା ଫିଟ ଥିଲା । ଯେଉଥିଁପାଇଁ ତାକୁ ଅଟକାଇବା ମୁସ୍କିଲ ହୋଇଥିଲା । ସେ ପଇସା ନେଇ ବାଂଲାଦେଶ ଫେରିଯିବାକୁ ଚାହୁଁଥିଲା ।