୧୩ ମିନିଟରେ ହୃତପିଣ୍ଡ ପହଞ୍ଚାଇଲା ମେଟ୍ରୋ, ବଞ୍ଚିଗଲା ନୀରିହ ଜୀବନ
ହାଇଦ୍ରାବାଦ : ହାଇଦ୍ରାବାଦ ମେଟ୍ରୋ ଏକ ବଡ଼ ସଫଳତା ହାସଲ କରିଛି । ମେଟ୍ରୋ କେବଳ ଯାତ୍ରୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିବାରେ ସାହାଯ୍ୟ କରେ ନାହିଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହାଇଦ୍ରାବାଦ ମେଟ୍ରୋ ମାତ୍ର ୧୩ ମିନିଟରେ ୧୩ କିଲୋମିଟର ଦୂରତା ଅତିକ୍ରମ କରି ହୃତପିଣ୍ଡ ପ୍ରତିରୋପଣ ପାଇଁ ହୃତପିଣ୍ଡ ପହଞ୍ଚାଇଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।
ହାଇଦ୍ରାବାଦ ମେଟ୍ରୋ ହୃତପିଣ୍ଡ ପ୍ରତିରୋପଣ ପାଇଁ ଗ୍ରୀନ୍ କରିଡର ସୁବିଧା ଯୋଗାଇଥାଲା । ଏହି କରିଡର ହୃତପିଣ୍ଡକୁ ଏଲବି ନଗରର କାମିନେନି ହସ୍ପିଟାଲରୁ ଲକ୍ଷ୍ମୀ ପୁଲ ଅଞ୍ଚଳର ଗ୍ଲେନାଗଲ୍ସ ଗ୍ଲୋବାଲ ହସ୍ପିଟାଲକୁ ପରିବହନ କରିଥିଲା । ମେଟ୍ରୋ ୧୩ ଷ୍ଟେସନ ଦେଇ ୧୩ ମିନିଟରେ ୧୩ କିଲୋମିଟର ଦୂରତା ଅତିକ୍ରମ କରି ଏହି ଜୀବନ ରକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ଏହି ଘଟଣାଟି ଜାନୁଆରୀ ୧୭ ତାରିଖ ରାତି ୯.୩୦ ମିନଟର ଘଟିଛି । କାମିନେନି ହସ୍ପିଟାଲରଏକ ଟିମ୍ ହୃତପିଣ୍ଡକୁ ଏକ ମେଡିକାଲ ବାକ୍ସରେ ରଖି ମେଟ୍ରୋ ମାଧ୍ୟମରେ ଗ୍ଲେନାଗଲ୍ସ ଗ୍ଲୋବାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ ହୃଦୟ ପ୍ରତିରୋପଣ କରାଯାଉଥିଲା । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀମାନେ ମେଟ୍ରୋରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।
ଜୀବନ ରକ୍ଷାକାରୀ ମିଶନରେ ହାଇଦ୍ରାବାଦ ମେଟ୍ରୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ନିରବଚ୍ଛିନ୍ନ ପରିବହନ ଯୋଗାଇଲା । କାମିନେନି ହସ୍ପିଟାଲ ଏବଂ ଗ୍ଲେନାଗଲ୍ସ ଗ୍ଲୋବାଲ ହସ୍ପିଟାଲ ମଧ୍ୟରେ ୧୩ ଟି ମେଟ୍ରୋ ଷ୍ଟେସନ ଅଛି । କିନ୍ତୁ ମେଟ୍ରୋ ମାତ୍ର ୧୩ ମିନିଟରେ ଏହି ଯାତ୍ରା ଶେଷ କରି ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇଥିଲା ।