ଫେସବୁକ ଭାରତକୁ ମାଗିଲା କ୍ଷମା,ମାଲିକଙ୍କ ବକ୍ତବ୍ୟ ପରେ ଆରମ୍ଭ ହୋଇଥିବା ବିବାଦ

1 min read

ନନ୍ଦିଘୋଷ ବ୍ୟୁରୋ: ଶେଷରେ ଭାରତକୁ କ୍ଷମା ମାଗିଛି ମେଟା । ମାର୍କ ଜୁକରବର୍ଗଙ୍କ ବିବାଦୀୟ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛି ମେଟା । IT ଓ ଯୋଗାଯୋଗ ବ୍ୟାପାର କମିଟିର ସଭାପତି ନିଶିକାନ୍ତ ଦୁବେ ଏସମ୍ପର୍କରେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନକୁ ଦେଇଥିବା ଟିପ୍ପଣୀକୁ ନେଇ ମେଟାକୁ ନୋଟିସ କରାଯିବା ନେଇ କୁହାଯାଇଥିଲା । ତେବେ ନିଶିକାନ୍ତ ସୋସିଆଲ ମିଡିଆରେ ଏକ ବଡ଼ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏହି ବିଜୟ ଭାରତର ସାଧାରଣ ଲୋକଙ୍କ ବିଜୟ । ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ଜିତାଇ ଲୋକେ ବିଶ୍ବରେ ଜଣେ ଶୀର୍ଷ ନେତୃତ୍ବଙ୍କ ପରିଚୟ ଦେଇଛନ୍ତି ।

ତେବ କହି ରଖୁଛୁ କି, ଗତ ଜାନୁଆରୀ ୧୦ରେ ଫେସବୁକ ସହ ପ୍ରତିଷ୍ଠାତା ଜୁକରବର୍ଗ କହିଥିଲେ, କୋଭିଡ ୧୯ ପରିଚାଳନାରେ ବିଫଳତା କାରଣରୁ ସେହି ସମୟରେ କ୍ଷମତାସୀନ ଥିବା ବିଶ୍ବର ଅଧିକାଂଶ ସରକାର ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଥିଲା । ୨୦୨୪ରେ ଭାରତ ସମେତ ଅନେକ ରାଷ୍ଟ୍ରରେ ନିର୍ବାଚନ ହୋଇଥିଲା । କୋଭିଡ ଜନିତ ଅର୍ଥନୀତି ପରିଚାଳନାରେ ବିଫଳତା ହେତୁ ବିଶ୍ବର ଅଧିକାଂଶ ରାଷ୍ଟ୍ର ନିର୍ବାଚନରେ ହାରିଥିଲେ । ଏହି ମନ୍ତବ୍ଯ ଲାଗି ଜୁକରବର୍ଗଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ରେଳବାଇ, ସୂଚନା ଓ ପ୍ରସାରଣ ତଥା ଇଲକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତ ୨୦୧୪ ଓ ୨୦୧୯ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ସଂଖ୍ଯା ଗରିଷ୍ଠତା ହାସଲ କରିଥିଲେ ବି ୨୦୨୪ ନିର୍ବାଚନରେ ଏନଡିଏ ବିଶେଷ ସଫଳତା ହାସଲ କରି ନଥିଲା ।