ସୀମାରେ ତାରବାଡ଼ ଲଗାଇବାକୁ ଭାରତକୁ କାହିଁକି ଦେଉନି ବାଂଲାଦେଶ ?
1 min readନୂଆଦିଲ୍ଲୀ: ସୀମା ପ୍ରସଙ୍ଗକୁ ନେଇ ଭାରତ ଓ ବାଂଲାଦେଶ ମଧ୍ଯରେ ବଢୁଛି ତିକ୍ତତା । ତାରବାଡ ନିର୍ମାଣକୁ ବିରୋଧ କରୁଛି ବାଂଲାଦେଶ । ହେଲେ କାହିଁକି ? ଏହି ପ୍ରସଙ୍ଗକୁ ନେଇ କୂଟନୈତିକ ବିବାଦ ଜାରି ରହିଛି । ବିଶେଷ କରି ଆତଙ୍କବାଦୀ ସଂଗଠନ ଜମାଏତ-ଇ-ଇସଲାମି ଚାପରେ ବାଂଲାଦେଶ ସରକାର କାର୍ଯ୍ୟ କରୁଛି । ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଏଥିରେ ସହାୟତା ଦେଉଛି । ଯାହା ଏହି ବିବାଦର କାରଣ ବୋଲି କୁହାଯାଉଛି ।
ଭାରତ-ବାଂଲାଦେଶ ୪ ହଜାର ୧୫୬ କିମି ସୀମା ସେୟାର କରୁଛନ୍ତି । ଭାରତ ବର୍ତ୍ତମାନ ସୁଦ୍ଧା ୩ ହଜାର ୨୭୧ କିମି ସୀମରେ ତାରବାଡ଼ ଲଗାଇ ସାରିଲାଣି । ତେବେ ଅବଶିଷ୍ଟ ୮୮୫ କିମି ସୀମାରେ ତାରବାଡ ନିର୍ମାଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି ଜମାଏତ । ସୀମାର ଚପାଇ, ନବାବଗଞ୍ଜ, ନାଓଗାଁ, ଲାଲମୋନିରହାଟ ଓ ତିନ୍ ବିଘା କରିଡର ଆଦି ସ୍ଥାନରେ ଜମାଏତ ସଶସ୍ତ୍ର ବିରୋଧ ପ୍ରଦର୍ଶନ କରୁଛି ।
ହେଲେ ଏହି ବିରୋଧର କାରଣ ହେଲା ଯଦି ସୀମାର ଏହି ଅଂଶରେ ତାରବାଡ଼ ବିଛାଯାଏ ତେବେ ଗୋଚାଲାଣ ଓ ଡ୍ରଗ୍ସ ଟ୍ରାଫିକିଂରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି । ଗତ ରବିବାର ତାରବାଡ଼ ପ୍ରସଙ୍ଗରେ ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା ବାଂଲାଦେଶ । ଜବାବରେ ଭାରତର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ବାଂଲାଦେଶର ଡେପୁଟି ହାଇ କମିଶନର ନୁରାଲ ଇସଲାମଙ୍କୁ ସମନ ଜାରି କରିଥିଲା । ପ୍ରଶ୍ନ ଉଠୁଛି ତାରବାଡକୁ କାହିଁକି ବାଂଲାଦେଶ ବିରୋଧ କରୁଛି ?
ବାସ୍ତବ କଥା ହେଲା, ଏହାରି ମୂଳରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ବି ରହିଛି । ବାଂଲାଦେଶକୁ ଆଇଏସଆଇର ପ୍ରବେଶ ରହିଛି । ପଶ୍ଚିମବଙ୍ଗ ଓ ପୂର୍ବାଞ୍ଚଳରେ ଅପରାଧୀକ କାର୍ଯ୍ୟର ପ୍ରସାର ଲାଗି ଉନ୍ମକ୍ତ ସୀମା ବ୍ୟବହାର ଲାଗି ଆଇଏସଆଇ ଚାହୁଁଛି । ଏପରିକି ଏହି ସବୁ ସ୍ଥାନରେ ସୌର ଆଲୋକ ଲଗାଇବାକୁ ବି ବିରୋଧ କରୁଛନ୍ତି ବିଜିବି ଓ ଆଇଏସଆଇ । ଏହି ଖୋଲାପଥ ଦେଇ ବାଂଲାଦେଶୀମାନେ ଭାରତକୁ ଆସିବେ, ଜମାଏତ ଓ ଅନ୍ଯାନ୍ୟ ଆତଙ୍କବାଦୀ ସଂଗଠନ ଲାଗି ସ୍ଲିପର ସେଲ ଜରିଆରେ କାମ କରିବେ ବୋଲି ଜଣାଯାଇଛି । ଏପରିକି ଆଇଏସଆଇଏସ କର୍ମୀ ବି ପ୍ରବେଶ କରିବା ଆଶଙ୍କା ରହିଛି ।