HMPV ନେଇ କିଛି ଗାଇଡଲାଇନ୍ ଆସିନାହିଁ: ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ
1 min readନନ୍ଦିଘୋଷ ବ୍ୟୁରୋ: HMPV ନେଇ କିଛି ଗାଇଡଲାଇନ ଏଯାଏଁ ଆସିନାହିଁ । କେନ୍ଦ୍ର ଓ NCDCର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଥଣ୍ଡା, ଜ୍ୱର, କାଶରୁ ନିମୋନିଆ ହେବ । କୋଭିଡ୍ ସମୟରୁ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା ଅଛି । ଆମେ ପ୍ରସ୍ତୁତ ଅଛୁ । IDSP ଅନୁସାରେ ସର୍ଭେଲାନ୍ସ ଚାଲିଛି । ଏହାର ଏତେ ଭୟଭୟତା ନାହିଁ । ଜିଲ୍ଲା ଗୁଡ଼ିକୁ ସର୍ଭେଲାନ୍ସ ନିର୍ଦ୍ଦେଶ ଦିଆଯାଇଛି । ରୋଗୀ ବାହାରିଲେ ସମୀକ୍ଷା ହେଉଛି । ILIS ସାରି ସର୍ଭେଲାନ୍ସ ହେଉଛି । ଶିଶୁ ମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସଂକ୍ରମଣ ସମୟରେ ଔଷଧ ଓ ଆକ୍ସିଜେନ ମହାଜୁଦ ରଖିବାକୁ ହସ୍ପିଟାଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର ।