ଦେଶରେ ଧୀରେ ଧୀରେ କାୟା ମେଲାଉଛି HMPV: ସରକାର ଜାରି କଲେ ମାର୍ଗଦର୍ଶିକା
1 min readନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ କାୟା ମେଲାଉଛି HMPV ଭୂତାଣୁ । ଆସାମରେ ପ୍ରଥମ ହ୍ୟୁମାନ ମେଟାନ୍ୟୁମୋଭାରଇସ୍ ସାମ୍ନାକୁ ଆସିଛି । ଜଣେ ୧୦ ମାସର ଶିଶୁ ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁକୁ ବର୍ତ୍ତମାନ ଡେବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ସେପଟେ ଆସାମରେ ପ୍ରଥମ ରିପୋର୍ଟ ପଜିଟିଭ୍ ଆସିବା ପରେ ରାଜ୍ୟରେ ଆତଙ୍କ ଖେଳିଯାଇଛି । ଆସାମରେ HMPV ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ଏହା ୧୬ତମ ମାମଲା ହୋଇଛି । ଗୁଜରାଟରେ ସର୍ବାଧିକ ୫ଟି ହ୍ୟୁମାନ ମେଟାନ୍ୟୁମୋ ଭାରଇସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ରାଜସ୍ଥାନ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କେସ୍ ପିଜିଟିଭ୍ ଆସିଥିଲା । ଏହା ପୂର୍ବରୁ ଗୁରୁବାର ତିନି ଜଣଙ୍କ ରିପୋର୍ଟରେ HMPV ପଜିଟିଭ୍ ଆସିଥିଲା । ପଡୋଶୀ ଦେଶରେ ସଂକ୍ରମଣ ମାମଲାରେ ଦ୍ରୁତଗତି ମାଡ଼ି ମାଡ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସିକ୍କିମ୍ ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।