ସାପ୍ତାହିକ ୱାର୍କିଂ ଆୱାର ବିବାଦ : କାଉଣ୍ଟର କଲେ ବଜାଜ ଅଟୋ ଏମଡି ରାଜୀବ ବଜାଜ
1 min readନନ୍ଦିଘୋଷ ବ୍ୟୁରୋ: ସାପ୍ତାହିକ କେତେ ଘଣ୍ଟା କାମ କରାଯିବା ବିବାଦରେ ଯୋଡି ହେଲେ ବଜାଜ ଅଟୋ ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜ । ତେବେ ସେ ଇମ୍ଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏସ.ଏନ. ସୁବ୍ରମଣ୍ଯମଙ୍କୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି- ବର୍ତ୍ତମାନ କର୍ମଚାରୀମାନେ ଦୈନିକ ୧୨ ଘଣ୍ଟା କାମ କରୁଛନ୍ତି । ଏକ ସାକ୍ଷାତକାରରେ ରାଜୀବ କହିଛନ୍ତି- ସାପ୍ତାହିକ ୭୦ କିମ୍ବା ୯୦ ଘଣ୍ଟା କାମ କରିବା ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ । ହେଲେ କେତେ ଘଣ୍ଟା କାମ କରିବା ତାହା ବଡ କଥା ନୁହେଁ । ବଡ଼କଥା ହେଉଛି କାମରେ ଗୁଣବତ୍ତା, କାର୍ଯ୍ୟଦକ୍ଷତା ଓ କାମର ଗୁରୁତ୍ବ । ସେ ଆହୁରି କହିଛନ୍ତି- ଏକ କମ୍ପାନୀରେ ଜଣେ କେଉଁ କାମ କରୁଛନ୍ତି, ସେ କେଉଁ ପଦବୀରେ ଅଛନ୍ତି ସେଥିରେ କିଛି ଯାଏସେ ନାହିଁ । ତେବେ ସେ ଦୈନିକ ୧୨ ଘଣ୍ଟା କାମ କରିବା ସାଧାରଣତଃ ପରିଲକ୍ଷିତ ହୋଇଥାଏ । ରବିବାର ଓ ସପ୍ତାହରେ ୯୦ ଘଣ୍ଟା କାମ କରିବା ନେଇ ଲାର୍ସନ ଆଣ୍ଟ ଟ୍ଯୁବ୍ରୋ ବା ଏଲ ଆଣ୍ଡ ଟି କମ୍ପାନୀର ଅଧ୍ଯକ୍ଷ ଏସ.ଏନ. ସୁବ୍ରମଣ୍ଯମ ପ୍ରସ୍ତାବ ଦେବା ପରେ ସାରା ଦେଶରେ ସୃଷ୍ଟିହୋଇଥିଲା ଚର୍ଚ୍ଚା। ଏହାକୁ ଅଭିନେତ୍ରୀ ଦୀପିକା ପାଦୁକୋନ ବିରୋଧ କରିଥିଲେ। ସୁବ୍ରମଣ୍ଯମ କହିଥିଲେ- ସେ ରବିବାର ବି କାର୍ଯ୍ୟ କରନ୍ତି। ଯଦି କର୍ମଚାରୀଙ୍କୁ ରବିବାର ବି କାମ କରିବା ଲାଗି ସେ ପଦକ୍ଷେପ ନେଇପାରିବେ ତେବେ ସେ ଖୁସି ହେବେ। ଏପରିକି ସେ କହିଥିଲେ- ଆପଣମାନେ ଘରେ ରହି କଣ କରୁଛନ୍ତି? ଆପଣ କେତେ ଦିନ ପତ୍ନୀଙ୍କ ପାଖେ ପାଖେ ରହିପାରିବେ? କାମ କରିବା ଲାଗି ସମସ୍ତେ ଆଗେଇ ଆସନ୍ତୁ।