ବିଶାଲ ଦାସ ଓ ୧୧ ପିଆରଆଇ ସଦସ୍ୟଙ୍କୁ ଛାଡିଲା ପୋଲିସ
1 min readଭୁବନେଶ୍ବର : ଦିବଂଗତ ବିଜେଡି ନେତା ନବ ଦାସଙ୍କ ପୁଅ ବିଶାଲ ଦାସ ଓ ୧୧ ପିଆରଆଇ ସଦସ୍ଯଙ୍କୁ ଛାଡିଲା ଛିତିଶଗଡ ପୋଲିସ । ବିଏନଏସ ଧାରା- ୩୩୧/୪, ୧୯୧/୨ରେ ମାମଲା ରୁଜୁ ହୋଇଥିଲା । ହୋଟେଲରେ ଭଙ୍ଗାରୁଜା ଓ ଆତଙ୍କ ଖେଳାଇବା ମାମଲା ଦାୟର କରିଥିଲା ପୋଲିସ । ହୋଟେଲ ମ୍ୟାନେଜର ପ୍ରବୀଣ ଭୋଇଙ୍କ ଏତଲା ଆଧାରରେ, ବିଏନଏସ ଧାରା- ୩୩୧/୪, ୧୯୧/୨ରେ ମାମଲା ରୁଜୁ ହୋଇଥିଲା । ଅନାସ୍ଥା ଭୋଟରେ ପରାଜୟ ଭୟରେ ବିଜେପିର ଏହି ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ବିଶାଲ । ବିଏନଏସ ଧାରା-୩୫-(୧) ଅନୁଯାୟା ଗିରଫ ପରେ ସମସ୍ତ ୧୨ଜଣଙ୍କୁ ନୋଟିସ ଦେଇ ପୋଲିସ ଛାଡିଛି । ସେପଟେ ଛତିଶଗଡ଼ରେ ବିଶାଳ ଦାସ ଓ ତାଙ୍କ ସହଯୋଗୀ ଅଟକ ରହିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । ମହସମୁଦ ପୋଲିସ ଆଇନ ଅନୁଯାୟୀ କାମ କରୁଛି । କିଛି ଲୋକ ନିଖୋଜ ଥିବା ଅଭିଯୋଗ ପାଇବା ପରେ ସମସ୍ତଙ୍କୁ ଛତିଶଗଡରେ ଅଟକ ରଖିଥିଲା ଛତିଶଗଡ ପୋଲିସ । ଆମେ କେବଳ ଛତିଶଗଡ ପୋଲିସର ତଦନ୍ତରେ ସହାୟତା କରିଥିବା କହି ନିଜ ଦାୟିତ୍ବରୁ ଓହରି ଯାଇଛନ୍ତି ଉତ୍ତରାଞ୍ଚଳ ଆଇ ଜି ହିମାଂଶୁ ଲାଲ ।