spot_img

Latest Posts

ଥାର୍ଡ ଡିଗ୍ରୀରେ ଭିନ୍ନକ୍ଷମଙ୍କ ମୃତ୍ୟୁ !

ଢେଙ୍କାନାଳ: ଢେଙ୍କାନାଳ ଅବକାରୀ କର୍ମଚାରୀଙ୍କ ନିସ୍ତୁକ ମାଡ଼ରେ ଭିନ୍ନକ୍ଷମଙ୍କ ମୃତ୍ୟୁ ଘଟଣାରେ ମୃତକ ସୂର୍ଯ୍ୟମଣିଙ୍କର ପୋଷ୍ଟ ମର୍ଟମ କରାଯାଇଛି । ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ହୋଇଛି ପୋଷ୍ଟ ମର୍ଟମ । ପୁରା ପ୍ରକ୍ରିୟାର ହୋଇଛି ଭିଡିଓ ରେକର୍ଡିଂ। ସେପଟେ ଢେଙ୍କାନାଳର ୪ ଅବକାରୀ ଅଫିସରେ ଆଜି ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ଅଫିସ ଛାଡ଼ି କର୍ମଚାରୀମାନେ ଫେରାର ମାରିଛନ୍ତି । ଗଂଜେଇ ରଖିଥିବା ଅଭିଯୋଗରେ ଅବକାରୀ ବିଭାଗ ସୂର୍ଯ୍ୟମଣି ସେନାପତିଙ୍କୁ ଗିରଫ କରିଥିଲା । କିନ୍ତୁ ଗୁରୁତର ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୂର୍ଯ୍ୟମଣିଙ୍କ ମୃତ୍ୟୁ ହୋଇଥିଲା। ଏହା ଜାଣିବା ପରେ ହସ୍ପିଟାଲରୁ ଅବକାରୀ କର୍ମଚାରୀମାନେ ଚମ୍ପଟ ମାରିଥିଲେ।

ପରିବାର ଲୋକେ ଅଭିଯୋଗ କରିଛନ୍ତି, ଥାର୍ଡ ଡିଗ୍ରୀ ଓ ନିସ୍ତୁକ ମାଡ଼ ଯୋଗୁଁ ସୂର୍ଯ୍ୟମଣିଙ୍କ ମୃତ୍ୟୁ ହୋଇଛି। ସୂର୍ଯ୍ୟମଣିଙ୍କ ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଛି। ଏପରିକି ତାଙ୍କ ପ୍ୟାଣ୍ଟ ତଳୁ ରକ୍ତ ସ୍ରାବ ହୋଇଥିବା ଡାକ୍ତର କହିଛନ୍ତି। ଏହାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ ।

Latest Posts

Don't Miss