spot_img

Latest Posts

ଆଜିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ

ଭୁବନେଶ୍ବର : ଆଜିଠୁ ଦୁଲୁକିବ ରାଜଧାନୀ । ଜନତା ମଇଦାନ ପସ୍ତୁତ । ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ସବୁଠି ଉତ୍ସାହ । ଭିନ୍ନ ଭିନ୍ନ ରଙ୍ଗର ଆଲୋକମାଳାରେ ଝଲସୁଛି ରାସ୍ତା ଓ ଗଳି ।  ଏଥର ଓଡ଼ିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀର ୧୮ ତମ ସଂସ୍କରଣ ଆୟୋଜନ ହୋଇଛି । ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହୋଇଛି । ଯୁବ ସମାବେଶରୁ ଆରମ୍ଭ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମଳନୀ । ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀ ମାନଙ୍କ ସହିତ ଆଲୋଚନା ହେବ । ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । କାଲି ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ପ୍ରବାସୀ ଭାରତୀୟଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ତିନି ଦିନ ଧରି ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଶୁଭାରମ୍ଭ କରାଯିବ। ୧୦ ତାରିଖରେ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତିନି ଦିନିଆ ସମ୍ମିଳନୀରେ ଓଡ଼ିଶା ଏବଂ ଦେଶ ବିକାଶରେ ଥିବା ବିଭିନ୍ନ ସମ୍ଭାବନା ବିଷୟରେ ପ୍ରବାସୀଙ୍କ ସହ ଆଲୋଚନା କରାଯିବ। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରବାସୀ ଦିବସର ବ୍ୟବସ୍ଥା ହୋଇଛି । ଏହା ସହ ବିଭିନ୍ନ ପ୍ଲେନାରି ସେସନରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନେ ପ୍ରବାସୀ ମାନଙ୍କ ସହ ଆଲୋଚନା କରିବେ। ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯିବ । ପୁରୀ, କଟକ, ଭୁବନେଶ୍ୱର ଯାଜପୁରର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ମାନଙ୍କୁ ବୁଲାଇ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ନୂଆ ଭାଇରସ୍ ପାଇଁ କେନ୍ଦ୍ର ସରକାରଙ୍କ ଯାହା ସତର୍କତା ମୂଳକ ନିର୍ଦ୍ଦେଶ ରହିଛି ତାକୁ ଅନୁପାଳନ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ।

Latest Posts

Don't Miss