spot_img

Latest Posts

ଲାଇଭ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା, ପ୍ରେମବ୍ୟାପାର ସନ୍ଦେହ

କେନ୍ଦୁଝର: ଦେଖିକି ର‌ହିବୁ, ମୁଁ ଯାଉଛି । ଏଭଳି ଏକ ଲାଇଭ୍ ଭିଡିଓ କରି ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଚର୍ଚ୍ଚାର ବିଷୟ ହୋଇଛି । ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ଜଣେ ଯୁବକ ନିଜ ମୋବାଇଲରେ ଲାଇଭ୍ ଭିଡିଓ କରି ଝୁଲି ପଡ଼ିଥିଲେ । ପୁଲିସ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ରଞ୍ଜନ ସାଙ୍କ ବଡ଼ପୁଅ ଓମ୍‌ପ୍ରସାଦ ସା  । ସେ ଶୈଲଙ୍ଗ ହୁଡ଼ିଠାରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଇ ପୁଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଓମ୍ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲ ଫୋନ୍‌ରେ ଲାଇଭ୍ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

Latest Posts

Don't Miss