ୟଲୋ ୱାର୍ଣ୍ଣଂ ଜାରି, ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ ପାଣିପାଗ ବିଶେଷଜ୍ଞ

ଭୁବନେଶ୍ୱର: ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ । ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ଘନ କୁହୁଡ଼ି । ଏଥିପାଇଁ ୟଲୋ ଓ୍ବାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୧୫ଟି ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ମାଲକାନଗିରି, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ଘନ କୁହୁଡ଼ି ହେବ । ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି । ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି ।

Leave a Reply