ଓ୍ୱାଙ୍ଖଡେର ପ୍ରତିଶୋଧ ରାଜକୋଟ୍‌ରେ: ୩୬ ରନ୍‌ରେ ମ୍ୟାଚ୍ ଜିତିଲା ଟିମ୍‌ ଇଣ୍ଡିଆ

1 min read

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଏକଦିବସୀୟରେ ଭାରତ ବିଜୟୀ । ୩୬ ରନ୍‌ରେ ମ୍ୟାଚ୍‌ ଜିତିଲା ଟିମ୍ ଇଣ୍ଡିଆ । ୧-୧ ସହ ବରାବର ସ୍ଥିତିରେ ସିରିଜ୍‌ । ଆସନ୍ତା ୧୯ରେ ବେଙ୍ଗାଲୁରୁ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

୬ ଓ୍ୱିକେଟ ହରାଇ ନିର୍ଦ୍ଦାରିତ ଓଭରରେ ୩୪୦ ରନ୍‌ ବିଶାଳ ଲକ୍ଷ୍ୟ ରଖିଥିଲା ଆଷ୍ଟ୍ରେଲିଆ ସାମ୍ନାରେ । ଅପରପକ୍ଷରେ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଟିମ୍‌ ସମସ୍ତ ଓ୍ୱିକେଟ ହରାଇ ୩୦୪ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଏଥିସହ ଚଳିତ ସିରିଜ୍‌ ପ୍ରଥମ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପକ୍ଷରୁ ଓପନର୍‌ ଶିଖର ଧାଓ୍ୱନ୍‌ ସର୍ବାଧିକ ୯୬ ରନ୍‌ କରିଥିବା ବେଳେ କେଏଲ୍‌ ରାହୁଲ ୮୦ ରନ୍‌ କରିଥିଲେ । ଆଉ କ୍ୟାପ୍‌ଟେନ୍‌ କୋହଲୀ କରିଥିଲେ ୭୮ ରନ୍‌ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ୍‌ ଜାମ୍ପା ସର୍ବାଧିକ ୩ ଓ୍ୱିକେଟ୍ ନେଇଥିବା ବେଳେ କେନ୍‌ ରିଚାର୍ଡସନ୍‌ ୨ ଓ୍ୱିକେଟ୍ ନେଇଥିଲେ । ରୋହିତ ଶର୍ମା ଓ ଶିଖର ଧାଓ୍ୱନଙ୍କ ଓପନିଂ ଯୋଡ଼ି ଧୂଆଁଧାର ଆରମ୍ଭ କରିଥିଲେ ।

ବିନା  ଓ୍ୱିକେଟ୍‌ ହରାଇ ୮୧ ରନ୍‌ ଯୋଡ଼ିଥିଲେ ଉଭୟ । ୪୨ ରନ୍‌ରେ ରୋହିତ ଶର୍ମାଙ୍କୁ ଆଉଟ୍‌ କରିଥିଲେ ଜାମ୍ପା । ଏହାପରେ ନିଜ ଶତକରୁ ମାତ୍ର ୪ ରନ୍‌ ଦୂରରେ ଥିବା ଶିଖର ଧାଓ୍ୱନ୍‌ ଆଉଟ୍‌ ହୋଇଥିଲେ । ପରେ କୋହଲୀ ଓ କେଲ୍‌ ରାହୁଲ୍‌ଙ୍କ ପାର୍ଟନରସିପ୍‌ ଆଷ୍ଟ୍ରେଲିଆ ସମ୍ମୁଖରେ ବଡ଼ ଟାର୍ଗେଟ ଦେବରେ ସହାୟକ ହୋଇଥିଲା  । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍‌ ସ୍ମିଥ୍‌ ସର୍ବାଧିକ ୯୮ ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିଲେ ।

Leave a Reply