ଭବାନୀପାଟଣା ବିଶାଳ ମେଗାମାର୍ଟକୁ ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା

କଳାହାଣ୍ଡି : ଭବାନୀପାଟଣା ବିଶାଳ ମେଗାମାର୍ଟକୁ ଖାଉଟି ଅଦାଲତଙ୍କ ଝଟକା। ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଲେ ଖାଉଟି ଅଦାଳତ। ଭବାନୀପାଟଣାର ବାହାଦୂର ବଗିଚା ପଡା ସ୍ଥିତ ବିଶାଲ ମେଗାମାର୍ଟ ଖାଉଟି ଅଦାଳତ ଦ୍ବାରା ଦଣ୍ଡିତ ହୋଇଛି । ଜିଲା ଖାଉଟି ବିବାଦ ପ୍ରତିକାର ଆୟୋଗ ଏକ ଖାଉଟି ମାମଲାର ଶୁଣାଣି କରି ବିଶାଲ ମେଗାମାର୍ଟକୁ ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି ।ଏହି ଅର୍ଥଦଣ୍ଡ ରାଶିରୁ ୩୫ ହଜାର ଅଭିଯୋଗ କାରୀ ଓ ଅବଶିଷ୍ଟ ୧ଲକ୍ଷ ଟଙ୍କାକୁ ଓଡିଶା ରାଜ୍ୟ ଖାଉଟି ସୁରକ୍ଷା ପାଣ୍ଠିକୁ ପ୍ରଦାନ କରିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇଁ ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଳଟିଛି । ଡିସୋମ୍ବର  ୮ରେ କନ୍ଧମାଳ ଜିଲ୍ଳା ବାଲିଗୁଡା ଥାନା ଅନ୍ତର୍ଗତ ବରାଖମା ଗାଁଁର ବିରୁପାକ୍ଷ ପାତ୍ର ନିଜ ଭାଇ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ସହ ଭବାନୀପାଟଣା ବାହାଦୂରବଗିଚା ପଡା ସ୍ଥିତ ବିଶାଲ ମେଗା ମାର୍ଟକୁ କିଣାକିଣି କରିବାକୁ ଯାଇଥିଲେ । ସେଠାରେ ସେ ଏକ ଲେଡିଜ୍ କୁର୍ତ୍ତି ପସନ୍ଦ କରିଥିଲେ । ଯାହାର ବିକ୍ରିମୂଲ୍ୟ ଉପରେ ୧୫% ପ୍ରତିଶତ ରିହାତି ଅଫର ଉଲ୍ଲେଖ ରହିଥିଲା । ତେବେ ଏହାର ବିଲିଂ କରିବା ସମୟରେ ଉପରୋକ୍ତ ବସ୍ତ୍ର ଉପରେ ୧୫% ରିହାତି ହିସାବ ନଥିବାରୁ ଅଭିଯୋଗକାରୀ  ମଲ ଇନ୍‌ଚାର୍ଯଙ୍କ ଦୃଷ୍ଟି ଆକାର୍ଷଣ କରିଥିଲେ । କିନ୍ତୁ ସେ ରିହାତି ଦେବାର ଅଗ୍ରାହ୍ୟ କରିବା ସହ ମ୍ୟାନେଜରଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ଫଳରେ ଅଭିଯୋଗକାରୀ ପାତ୍ର ମ୍ୟାନେଜରଙ୍କୁ ସାକ୍ଷାତ କରିଥିଲେ । ହେଲେ ମ୍ୟାନେଜର ରିହାତି ଅଫର ଦେବାକୁ ମନା କରିଦେଇଥିବା ବେଳେ କୁର୍ତ୍ତୀରେ ଲାଗିଥିବା ଡିସପ୍ଲେ ବୋର୍ଡଟି ଭୁଲରେ ଲାଗିଥିବା କହିଥିଲେ । ସେହିପରି ଟଙ୍କା ମଧ୍ୟ ଫେରସ୍ତ କରିବାକୁ ମନା କରିଦେଇଥିଲେ । ଯାହାଫଳରେ ଅଭିଯୋଗ କାରୀ ପାତ୍ର ନିରାଶ ହୋଇ ଖାଉଟି ଅଦାଳତର ଦ୍ବାରସ୍ଥ ହୋଇଥିଲେ  ଆଉ ଏହି ମାମଲାର ଶୁଣାଣି କରିଚନ୍ତି ଖାଉଟି ଅଦାଲତ।