କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବତନ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମାଲୋଚନା
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବତନ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମାଲୋଚନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଂଜନଗର ଦିହପଢାଳରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସରକାରକୁ ଟାର୍ଗେଟ କରିବା ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଗଂଜାମ ଜିଲ୍ଲାରେ ପାନୀୟ ଜଳ ଅବ୍ୟବସ୍ଥା ନେଇ ବିଜେଡି ସରକାରକୁ ଆକ୍ଷେପ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭଞ୍ଜନଗର ଅଂଚଳରେ ଜଳଭାବ ନେଇ ବିଜେଡି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବ ରଖିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମହାନଦୀ ଜଳପ୍ରକଳ୍ପକୁ ନେଇ ପୂର୍ବ ସରକାର ସମସ୍ତ ପ୍ରକାର ଉଦ୍ୟମ କରିଥିବା ବେଳେ ଅଚାନକ ସରକାର ବଦଳି ଯାଇଥିଲା। ଭଞ୍ଜନଗର ଅଂଚଳ ପ୍ରତି ପୂର୍ଵ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ କିନ୍ତୁ ବର୍ତମାନର ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ପ୍ରସଙ୍ଗକୁ ନେଇ ରାଜନୀତି ନକରନ୍ତୁ ବୋଲି କହିଛନ୍ତି ପୂର୍ବତନ କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।