ଆମେ ହୁତି ନେତାଙ୍କର ମଧ୍ୟ ଶିରଛେଦ କରିବୁ, ଇସ୍ରାଏଲର ଇରାନକୁ ଧମକ

ଜେରୁଜେଲମ: ହମାସ ନେତା ଇସମାଇଲ ହାନିଆକିୁ ହତ୍ୟା କରିବାରେ ଇସ୍ରାଏଲର ହାତ ଅଛି  । ପ୍ରଥମ ଥର ସର୍ବସାଧାରଣରେ ସ୍ବୀକାର କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ  । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ତେହରାନ ଓ ଇସ୍ରାଏଲ ମଧ୍ୟରେ ତିକ୍ତତାକୁ ବଢାଇ ଦେଇପାରେ  ।

 

ମନ୍ତ୍ରୀ କାଟ୍‌ଜ କହିଥିଲେ ‘‘ବର୍ତ୍ତମାନ ସମୟରେ ହୁତି ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ ଉପରେ ମିସାଇଲ ମାଡ କରୁଛି  । ମୁଁ ସଭିଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଆମେ ହମାସକୁ ହରାଇଲୁ, ହିଜବୁଲ୍ଲାହକୁ ବି ହରାଇଲୁ, ଇରାନର ପ୍ରତିରକ୍ଷା ପ୍ରଣାଳୀକୁ ଶେଷ କଲୁ, ସିରିଆରେ ଅସଦ ଶାସନକୁ ବି ଓଲଟାଇଦେଲୁ । ଏବେ ପୁଣି ଥରେ ୟେମେନରେ ହୁତି ଆତଙ୍କବାଦୀ ସଙ୍ଗଠନକୁ ବି ଶକ୍ତ ପାହାର ଦେବୁ  ’’।

 

ସେ ଏହା ବି କହିଥିଲେ ‘‘ଆମେ ତାଙ୍କ ରଣନୀତି ଢାଞ୍ଚାକୁ କ୍ଷତି ପହଞ୍ଚାଇବୁ । ସେମାନଙ୍କ ଟପ୍‌ ନେତାଙ୍କ ମୁଣ୍ଡ କାଟ କରିବୁ ଯେମିତି ଆମେ ତେହରାନ, ଗାଜା ଓ ଲେବାନନରେ ହାନିଆ, ସିନବାର ଓ ନସରୁଲ୍ଲାହ ସହ କରିଥିଲୁ  । ଠିକ୍‌ ସେମିତି ଆମେ ହୌଦେଦାହ ଓ ସାନାରେ ବି କରିବୁ’’  ।

 

ଏଠାରେ କହିରଖୁଛୁ ଯେ ଇରାନ ସମର୍ଥିତ ହୁତି ସମୂହ ୟେମେନରେ ସକ୍ରିୟ ଅଛନ୍ତି  । ଗତ ଏକ ବର୍ଷ ଧରି ଲାଲ ସାଗରରେ ପଣ୍ୟ ଜାହାଜକୁ ଟାର୍ଗେଟ କରୁଛି ହୁତି ସମୂହ  । ଇସ୍ରାଏଲ ଉପରେ ନାକାବନ୍ଦୀ କରିବାକୁ ପ୍ରୟାସ କରୁଛି ଏହି ଆତଙ୍କବାଦୀ ସଙ୍ଗଠନ  ।

 

ଗତ ଜୁଲାଇରେ ହମାସ ନେତା ଇସମାଇଲ ହାନିଆକୁ ତେହରାନରେ ହତ୍ୟା କରାଯାଇଥିଲା  । ଇରାନ ଏଥିପାଇଁ ଇସ୍ରାଏଲକୁ  ଦାୟୀ କରିଥିଲା  । ଏବେ ଇସ୍ରାଏଲ ଏଥିପାଇଁ ନିଜକୁ ଦାୟୀ କରିଛି  ।