ଜିନତକୁ ନେଇ ଚିନ୍ତାରେ ବନ ବିଭାଗ, ପଶ୍ଚିମବଙ୍ଗ ପୁରୁଳିଆରେ ଘୁରି ବୁଲୁଛି ବାଘୁଣୀ

1 min read

ଭୁବନେଶ୍ୱର : ଜିନତକୁ ନେଇ ଚିନ୍ତାରେ ବନ ବିଭାଗ । ବାଘୁଣୀ ଜିନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆରେ । ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ସମ୍ଭବ ହେଉନି ଟ୍ରାଙ୍କୁଲାଇଜେସନ୍ । ୩-୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଛି । ତେବେ ସ୍ପଷ୍ଟ ଚିତ୍ର ମିଳିପାରୁ ନଥିବାରୁ ଇଞ୍ଜେକସନ୍ ଠିକ୍ ଜାଗାରେ ଲାଗିନି । ଜିନତ ଶିକାର କରୁଛି । ସୁସ୍ଥ ଅଛି । ସାଟେଲାଇଟ ରେଡିଓ କଲାର ଜରିଆରେ ତା ଉପରେ ତୀକ୍ଷଣ ନଜର ରଖାଯାଇଛି । ଜିନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍ । ଓଡ଼ିଶାର ଗୋଟିଏ ଟିମ୍, ସୁନ୍ଦରବନ ଟିମ୍ ସମେତ ପଶ୍ଚିମବଙ୍ଗର ଦୁଇଟି ଟିମ୍ ଜିନତ ପାଇଁ ଲାଗିଛନ୍ତି । ଯଦିଓ ଏବେ ଟ୍ରାଙ୍କୁଲାଇଜ ପାଇଁ ହାତୀର ସହାୟତା ନିଆଯାଇନି, ଆବଶ୍ୟକ ପଡ଼ିଲେ ସେ ବିକଳ୍ପ ବି ଆପଣାଯିବ । ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟ ଫେରାଇ ଆଣିବାକୁ ସବୁ ପ୍ରକାର ଚେଷ୍ଟା କରାଯିବ ।