ପପକର୍ଣ୍ଣ ଉପରେ ଜିଏସଟି, ଟ୍ରେଣ୍ଡ୍ କରୁଛି ‘ଅବ୍ ହମକୋ ଚାହିଏ ଇଜ୍ଜତ୍’

1 min read

ନନ୍ଦିଘୋଷ ବ୍ୟୁରୋ: ପପ୍‌କର୍ଣ୍ଣର ଲୋକପ୍ରିୟତା ଖୁବ ଅଧିକ । ଘରେ ଘରେ ପପ୍‌କଣ୍ଣ ଖାଇବା ବି ସଉକ ପାଲଟିଲାଣି । ପପ୍‌କର୍ଣ୍ଣର ଚାହିଦା ବଢ଼ୁଥିବା ବେଳେ ଏହାକୁ ନେଇ ଆସିଥିବା ଖବର ଏବେ ପପକର୍ଣ୍ଣ ଲଭରଙ୍କୁ ଚିନ୍ତାରେ ପକାଇଦେଇଛି ।  ରାଜସ୍ଥାନ ଜୈସଲମେରରେ ଅନୁଷ୍ଠିତ ୫୫ତମ ଜିଏସଟି ପରିଷଦ ବୈଠକରେ ବହୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କିନ୍ତୁ ସବୁଠୁ ଚର୍ଚ୍ଚାରେ ଅଛି ପପକର୍ଣ୍ଣ ଉପରେ ଲାଗିଥିବା ଟିକସ ଉପରେ । ପପକର୍ଣ୍ଣ ଉପରେ ଟିକସ ସମ୍ବନ୍ଧୀୟ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ଚାଲିଛି । ୟୁଜରର୍ସ ମାନେ ସୋସିଆଲ ମିଡିଆରେ ମିମ୍ସର ବର୍ଷା କରିଥିବା ବେଳେ ସରକାରଙ୍କୁ ଏନେଇ ସମାଲୋଚନା କରିଛନ୍ତି ।

ପପକର୍ଣ୍ଣ ଉପରେ ୩ଟି GST ସ୍ଲାବ :

ବୈଠକରେ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ସ୍ଲାବରେ ପପକର୍ଣ୍ଣକୁ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ବର୍ତ୍ତମାନ ଏହାକୁ କିଣିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ ବରଂ ତିନି ପ୍ରକାରର ଜିଏସଟି ହାର ଲାଗୁ କରାଯିବ । ଯଦି ପପକର୍ଣ୍ଣଟି ଲୁଣ ଏବଂ ମସଲାର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ପ୍ୟାକେଜରେ ୫ ପ୍ରତିଶତ ହାରରେ ଜିଏସ୍ଟି ଲାଗୁ ହେବ।  ଅନ୍ୟପଟେ ଯଦି ଲୁଣ ଏବଂ ମସଲା ସହିତ ସମାନ ପପକର୍ଣ୍ଣ ପ୍ୟାକେଜ୍ ଏବଂ ଲେବଲ୍ ସହ ବିକ୍ରି ହୁଏ ତେବେ ଏଥିରେ ଟିକସ ହାର ୫% ପରିବର୍ତ୍ତେ ୧୨% ଲାଗୁ ହେବ। ସେହିପରି ଚିନିରୁ ପ୍ରସ୍ତୁତ ପପକର୍ଣ୍ଣ ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଲାଗୁ ହେବ। ତେବେ ପପକର୍ଣ୍ଣ ଉପରେ ଏହି ଟିକସ ଲାଗୁ ନେଇ ଜିଏସଟି ପରିଷଦ ସ୍ପଷ୍ଟ କରିଛି।

ପପକର୍ଣ୍ଣ ଖାଇବା ପୁର୍ବରୁ ସାବଧାନ୍ :

ଜିଏସ୍ଟି ପରିଷଦର ଏହି ଘୋଷଣା ପରେ ସୋସିଆଲ ମିଡିଆରେ ମିମ୍ସ ଭାଇରାଲ ହେବାରେ ଲାଗିଛି। ମିମ୍ସ ମାଧ୍ୟମରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ଲୋକମାନେ ମିମ୍ସ ମାଧ୍ୟମରେ ନିଜର ରାଗ ଏବଂ ଆଶ୍ଚର୍ଯ୍ୟ ଜଣାଉଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ‘ଏବେ ପପକର୍ଣ୍ଣ ଖାଇବା ପୂର୍ବରୁ ଟ୍ୟାକ୍ସ ସ୍ଲାବ ପଢିବାକୁ ପଡିବ’ । ତାଙ୍କୁ ସମର୍ଥନ କରି ଆଉ ଜଣେ ୟୁଜର ଲେଖିଛନ୍ତି ‘୧୮% ଜିଏସଟି ମାନେ କେରେମଲାଇଜ୍ ପପକର୍ଣ୍ଣ ଏବେ ସବୁଠୁ ଦାମିକିଆ’ ।

ଏବେ ଆମକୁ ଦରକାର ଫୁଲ ଇଜ୍ଜତ :

ଅନ୍ୟ ଏକ ୟୁଜର ଲେଖିଛନ୍ତି ‘ପପକର୍ଣ୍ଣ ଦାମ ଶୁଣି ମୁଭି ଟିକେଟ ମଧ୍ୟ ଶସ୍ତା ଲାଗିଲାଣି ’। ଅନ୍ୟ ଏକ ୟୁଜର ଲେଖିଛନ୍ତି GST ପରିଷଦ ବୈଠକ ପରେ ‘ଏବେ ପପକର୍ଣ୍ଣ ବଦଳରେ ଗୋଲ୍ଡକର୍ଣ୍ଣ ଲେଖାଯିବ’ । ଏବେ ଥିଏଟରରେ ପପକର୍ଣ୍ଣ ଖାଇବା ମହଙ୍ଗା ପଡିବ । ଅନ୍ୟ ଜଣେ ୟୁଜର ମିର୍ଜାପୁର ସିଜନ ୧ର ଗୁଡୁ ପଣ୍ଡିତର ଡାଏଲଗ ମନେପକାଇ ଲେଖିଛନ୍ତି ‘ଏବେ ଆମକୁ ଫୁଲ ଇଜ୍ଜତ ଦରକାର’ । ଏବେ ଏହି ଡାଏଲଗ ପପକର୍ଣ୍ଣ ପାଇଁ ବ୍ୟବହାର ହେବ । ତେବେ ୟୁଜରସ୍ ମାନେ ଅର୍ଥମନ୍ତ୍ରୀଙ୍କୁ ଟ୍ୟାଗ କରି ବିଭିନ୍ନ ମିମ୍ସ ସେୟାର କରୁଛନ୍ତି ।