ଭୁବନେଶ୍ୱର: ଆଜି ଆଇଏଏସ୍ ଅଫିସରଙ୍କ ସମ୍ମିଳନୀ । ୫-ଟି ଓ ଭିତ୍ତିଭୂମିର ଅଭିବୃଦ୍ଧି ନେଇ ସମ୍ମିଳନୀରେ ହେବ ଆଲୋଚନା । ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ମିଳନୀରେ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସମେତ ସବୁ ବର୍ଗର ଆଇଏଏସ୍ ଅଫିସର ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଧୁନିକ ତଥା ନୂଆ ଓଡ଼ିଶା ଗଠନ ନିମନ୍ତେ ୫-ଟି ପର୍ଯ୍ୟାୟରେ ଆଇଏଏସ୍ ଅଫିସର ମାନେ ପରସ୍ପର ମଧ୍ୟରେ ବିଚାର ବିମର୍ଷ କରିବେ ବୋଲି ଜଣାପଡିଛି ।


