ରାଉରକେଲାରେ ଅଣାୟତ ଆଇନଶୃଙ୍ଖଳା, ପୋଲିସର ଅପରେସନ ସୁରକ୍ଷାକୁ ଚ୍ୟାଲେଞ୍ଜ

1 min read

ରାଉରକେଲା : ରାଉରକେଲାରେ ଅଣାୟତ ଆଇନଶୃଙ୍ଖଳା । ଦିନ ଦ୍ବିପ୍ରହରେ ଫୁଟୁଛି ଗୁଳି । ମାରଣାସ୍ତ୍ର ଧରି ରାଜରାସ୍ତାରେ ବୁଲୁଛନ୍ତି ଅପରାଧୀ । ଲୁଟ୍ ଛିନତାଇ, ଗଣ ଦୁଷ୍କର୍ମ, ରହାଜାନୀ, ଗୁଳିମାଡ଼ ଘଟଣା ବଢିବାରେ ଲାଗିଛି । ଅପରାଧ ଦମନ ପାଇଁ ପୋଲିସ ଏସପିଙ୍କ ନେତୃତ୍ବରେ ଚାଲିଛି ଅପରେସନ ସୁରକ୍ଷା । ହେଲେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ପୁଣି ଫେଲ୍ ମାରିଛି । ସକ୍ଟର ଦୁଇ ନିକଟରେ ଜଣେ ରେଲୱେ କର୍ମଚାରୀଙ୍କୁ ହୋଇଛି ଗୁଳିମାଡ଼ । ୟୁଥ ହଷ୍ଟେଲ ପକ୍ଷରୁ ସେକ୍ଟର ଦୁଇ ଛକ ନିକଟରେ ମାରଥନ ଚାଲିଥିବା ସମୟରେ ସଲିଲ କୁମାର ସାହୁ ରେଜିଷ୍ଟ୍ରେସନ କାଉଣ୍ଟରରେ ବସିଥିଲେ । ଏହି ସମୟରେ ତାଙ୍କ ପିଠିପଟରୁ ହୋଇଥିଲା ଅଚାନକ ଗୁଳିମାଡ଼ । ତୁରନ୍ତ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବାରୁ ଅଳ୍ପକେ ବଞ୍ଚିଯାଇଛି ଜୀବନ ।

ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିବାବେଳେ ସେକ୍ଟର ୩ ଥାନା ପୋଲିସ ଘଟଣାସ୍ଥଳରେ ଛାନବିନ ଜାରି ରଖିଛି । ପୋଲିସ ଗୋଟିଏ ଖୋଖା ଜଵତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇଦିନ ତଳେ ଉଦିତ ନଗର ଥାନାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ବାରମ୍ବାର ଏପରି ଅପରାଧ ଘଟୁଥିବାରୁ ସହରରେ ପୋଲିସ ପକ୍ଷରୁ କରାଯାଉଛି ଅପରେସନ ସୁରକ୍ଷା । ତେବେ ବାହାରୁ ଚୋରା ବନ୍ଧୁକ ଆଣି ପୋଲିସକୁ ଚ୍ଯାଲେଞ୍ଜ ଦେଉଛନ୍ତି ଅପରାଧୀ । CISF ରେଞ୍ଜ ଫାୟାରିଙ୍ଗ କୋର୍ସ୍ ସମୟରେ ସେହି ଗୁଳି ଆସି ଯୁବକଙ୍କ ଦେହରେ ଵାଜିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।