ରାଜଧାନୀରେ ହଜାର ହଜାର ଆଶାକର୍ମୀଙ୍କ ଗର୍ଜନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଆଶାକର୍ମୀଙ୍କ ଗଣ ବିକ୍ଷୋଭ । ସିଆଇଟିୟୁ ନେତୃତ୍ବରେ ୧୭ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆଶାକର୍ମୀ କରିଛନ୍ତି ଗଣ ବିକ୍ଷୋଭ । ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ ଆଶାକର୍ମୀ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ସମାଲୋଚନା କରିବା ସହ ଶ୍ରମିକ ସପକ୍ଷବାଦୀ ନୀତି ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ପରାମର୍ଶ ।

ଆଶାଦିଦିଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, ମାସିକ ୨୬ ହଜାର ଟଙ୍କା ଦରମା, ଅବସର ଓ ମୃତ୍ୟୁକାଳୀନ ୧୦ ଲକ୍ଷ ଟଙ୍କା ସହାୟତା, ୧୦ ହଜାର ମାସିକ ପେନସନ, ଇପିଏଫ୍, ଇଏସଆଇ ସହ ସାମାଜିକ ସୁରକ୍ଷା ଦେବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବଜେଟ ବ୍ୟୟ କରି ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ସରକାର ଦାବିଗୁଡିକୁ ତୁରନ୍ତ କାର୍ଯ୍ୟକାରୀ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି ।