ପ୍ରକୃତ ମାଲିକଙ୍କୁ ସୁନା ଫେରାଇ ପୁଣି ପ୍ରଶଂସା ସାଉଁଟିଲେ ସ୍ବଚ୍ଛକର୍ମୀ
1 min readଭୁବନେଶ୍ବର : ଅଳିଆରୁ ମିଳିଲା ୧୮ ଗ୍ରାମର ସୁନା ବ୍ରେସଲେଟ । ପ୍ରକୃତ ମାଲିକଙ୍କୁ ଫେରାଇଲେ ସ୍ୱଚ୍ଛକର୍ମୀ । କାମ ଦେଲା ଓଦା ଶୁଖିଲା ପୃଥକୀକରଣ ଫଣ୍ଡା । ଲୋଭ ନୁହେଁ ସେବା ମନୋଭାବ ଦେଖାଇଲେ ସ୍ୱଚ୍ଛକର୍ମୀ । ନ୍ୟୁ ଫରେଷ୍ଟ ପାର୍କ ଲେନ୍ ୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶତଃ ବ୍ରେସଲେଟ ଟିକୁ ଡଷ୍ଟବିନରେ ପକାଇ ଦେଇଥିଲେ । ପରେ ଏହାକୁ ନପାଇ ଘରେ ଖୋଜା ଖୋଜି କରିବା ପରେ ୟୁନିଟ୍-1 ଏମ୍ ଆର୍ ଏଫରେ ପହଞ୍ଚିଥିଲେ । ଏମ୍ ଆର୍ ଏଫର ମ୍ୟାନେଜରଙ୍କୁ କହିବା ପରେ ବର୍ଜ୍ୟ ଅଲଗା କରିବାବେଳେ ଏହାକୁ ଖୋଜିଥିଲେ ସ୍ୱଚ୍ଛକର୍ମୀ । ଶେଷରେ ସରସ୍ୱତୀ ନାଏକ ବ୍ରେସଲେଟଟି ପାଇବା ପରେ ଏମ୍ ଆର୍ ଏଫ୍ ଅଧିକାରୀଙ୍କୁ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ଆଧାରରେ ଦୀପିକା ମହାନ୍ତିଙ୍କୁ ଫେରାଇଥିଲେ । ହଜିଯାଇଥିବା ବ୍ରେସଲେଟ୍ ପାଇବା ପରେ କୃତଜ୍ଞତା ଜଣାଇଛନ୍ତି ଦୀପିକା ।
ଘରେ ହେଉକି ବାହାରେ ୨ ତିନିଦିନ ଅଳିଆ ରହିଲେ ଦୁର୍ଗନ୍ଧ ବାହାରେ । ହେଲେ ବୈଭବ କେନ୍ଦ୍ରରେ କୁଢ କୁଢ ଅଳିଆରେ ଘଣ୍ଟା ଘଣ୍ଟା ଧରି ସ୍ବଚ୍ଛକର୍ମୀ ମାନେ କାମ କରନ୍ତି । ଅଳିଆ ଆବର୍ଜନାରୁ ଓଦା, ଶୁଖିଲା ଅଲଗା କରନ୍ତି । ଜରି ଓ ପ୍ଳାଷ୍ଟିକ ଗୁଡିକ ସିମେଣ୍ଟ କାରଖନାକୁ ପଠାଯାଏ । ଏପରି ସ୍ଥିତିରେ ସୁନା ଭଳି ମୂଲ୍ଯବାନ ଜିନିଷ ମିଳିଲେ ଲୋଭର ବସବର୍ତ୍ତୀ ନ ହୋଇ ଉପରିସ୍ଥ ଅଧକାରୀଙ୍କୁ ଜଣାନ୍ତି ସ୍ବଚ୍ଛକର୍ମୀ । ସ୍ବଚ୍ଛକର୍ମୀଙ୍କ ଏପରି ମହତ କାର୍ଯ୍ଯ ପାଇଁ ସବୁ ମହଲରୁ ପ୍ରଂଶସାର ସୂଅ ଛୁଟିଛି । ପୂର୍ବରୁ ଅନେକ ସମୟରେ ସୁନା ଚେନ୍, ମୁଦି, କାନଫୁଲ ଆଦି ଏମ୍ ସିସି ଏମ୍ ଆର୍ ଏଫରୁ ମିଳୁଥିଲେ ମଧ୍ୟ ଏହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି ସ୍ୱଚ୍ଛ କର୍ମୀ ।