ଓଭରବ୍ରିଜ କାମ ବିଳମ୍ବରୁ ଗଳାବାଟେ ଯାଉଛନ୍ତି ଯାତ୍ରୀ

ରାଉରକେଲା : ରକ୍ତ ଶୋଷୁଛି ଲୌହ ଦାନବ । ରେଳ ବିଭାଗର ଅବହେଳାରୁ ଯାଉଛି ଜୀବନ । ଓଭରବ୍ରିଜ କାମ ବିଳମ୍ବରୁ ଗଳାବାଟେ ଯାଉଛନ୍ତି ଯାତ୍ରୀ । ପୁଣି କଲୁଙ୍ଗା ଫାଟକ ନିକଟରେ ଦୁଇ ବାଇ ଆରୋହୀଙ୍କ ମୃତ୍ଯୁ । ଟ୍ରେନ ଧକ୍କାରେ ଚାଲିଯାଇଛି ଦୁଇଜଣ ଯୁବକଙ୍କ ଜୀବନ । ୩ଟି ବାଇକରେ ୪ ଜଣ ଯୁବକ ଯାଉଥିବା ବେଳେ ଟ୍ରେନ ଧକ୍କା଼ରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ଵେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଫାଟକ ବନ୍ଦ ଥିବାବେଳେ ଗଳାବାଟ ଦେଇ ଯାଉଥିବାବେଳେ ଧକ୍କା ଦେଇଥିଲା ଦରଭଙ୍ଗା ଏକ୍ସପ୍ରେସ । ସୁନ୍ଦରଗଡ଼ ଜିଲ୍ଲାର କଲୁଙ୍ଗା ରେଳ ଫାଟକ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୩ଟି ଵାଇକ ସମ୍ପୁର୍ଣ ନଷ୍ଟ ହୋଇଛି । ଆହତ ଦୁଇଜଣଙ୍କୁ ଜୟ ପ୍ରକାଶ ହସ୍ପିଟାଲରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପାଇଁ ରେଳ ବିଭାଗକୁ ଦାୟି କରିଛନ୍ତି ଲୋକେ ।

ଦୁର୍ଘଟଣା ପରେ ଅଧଘଣ୍ଟା ପାଇଁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ରେଲୱେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୀର୍ଘଦିନ ଧରି ରେଳ ଓଭରବ୍ରିଜ ନିର୍ମାଣ କାମ ଜାରି ରହିଛି । ତେଣୁ ପାଟକ ନିକଟରେ ପ୍ରବଳ ଭିଡ଼ ହେଉଛି । ତେଣୁ ଗଳାବାଟ ଦେଇ ଲୋକେ ଯାତାୟାତ କରୁଛନ୍ତି । ତୁରନ୍ତ ଓଭରବ୍ରିଜ କାମ ସାରିବାକୁ ଲୋକେ ଦାବି କରିଛନ୍ତି । ରେଳ ଓଭରବ୍ରିଜ କାମ ଜାରି ରହିଥିବାରୁ ମରଣଯନ୍ତା ପାଲଟିଛି କଲୁଙ୍ଗା ଫାଟକ ନିକଟ ରାସ୍ତା । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଉଠିଛି ଦାବି ।