୧୦ ଲକ୍ଷ ଲାଞ୍ଚ ମାମଲା, ଜେରାରେ ଝାଡାବାନ୍ତି ହେଇ କ୍ୟାପିଟାଲ ହସ୍ପିଟାଲରେ ଠିକାଦାର ସନ୍ତୋଷ ମହାରଣା
ଭୁବନେଶ୍ବର: ସିବିଆଇ ଜେରାରେ ଛାନିଆ ଠିକାଦାର ସନ୍ତୋଷ ମହାରଣା । ଝାଡାବାନ୍ତି ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସନ୍ତୋଷ । ଆଜ୍ଞା ହଁ ସିବିଆଇର ୩ ଦିନିଆ ରିମାଣ୍ଡରେ ଥିବା କଣ୍ଟ୍ରାକ୍ଟରସନ୍ତୋଷ ମହାରଣା ଜେରାର ସମ୍ମୁଖୀନ ହୋଇ ଅସୁସ୍ଥ ହୋଇପଡିଛନ୍ତି । ଗତ ୭ ତାରିଖରେ ଧରାପଡ଼ିଥିବା ୧୦ ଲକ୍ଷ ଲାଞ୍ଚ କାରବାରରେ ମୁଖ୍ୟ କାର୍ପଟଦାର ଥିଲେ ସନ୍ତୋଷ । ସେପଟେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ମାମଲାରେ ସାମ୍ନାକୁ ଆସିଛି ଏକ ଚିଠି। ଏହି ଚିଠି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ଲେଖାଯାଇଛି। ବିଷ୍ଣୁପଦ ସେଠୀଙ୍କୁ କମ୍ପାନୀର ଦୁଇ ଅଧିକାରୀ ଚଞ୍ଚଳ ମୁଖାର୍ଜୀ ଓ ଆଉ ଜଣେ ବିକେ ସିଂହ ଭେଟିବା ଲାଗି କମ୍ପାନୀ ତରଫରୁ ଅନୁମତି ମଗାଯାଇଥିଲା।
୫ ତାରିଖରେ ଭେଟିବାକୁ ଅନୁମତି ମଗାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା କମ୍ପାନିର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ପାଇଁ ସେମାନେ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁଚାହୁଁଥିଲେ। ସେପଟେ ଆଜି ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇପାରନ୍ତି। ସିିବିଆଇ ଅଫିସରେ କଡ଼ା ସୁରକ୍ଷା କରାଯାଇଛି।