ସାରା ରାଜ୍ୟରେ ଶୀତ ଲହରୀ, ୧୦ ଡିଗ୍ରୀ ତଳେ ୧୧ ସହରର ପାରଦ
ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇଛି। ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀକୁ ଖସିଥିବା ସୂଚନା ମିଳିଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୧୧ ସହରର ତାପମାତ୍ରା । ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା। । କଳାହାଣ୍ଡି, କନ୍ଧମାଳରେ ମଧ୍ୟ ହାଡ଼ ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲଡ ୱେଭ ଚେତାବନୀ ଦେଇଛି ପାଣିପାଗ ବିଭାଗ।
ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ୧୭ତାରିଖରୁ ତିନିଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ପାରଦ ବୃଦ୍ଧି ହୋଇପାରେ ।
ପ୍ରମୁଖ ସହରରେ ତାପମାତ୍ରା ହ୍ରାସ ପାଇଛି। ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ କେତେ ତାପମାତ୍ରା ରହିଛି..
ରାଉରକେଲା: ୫.୭ ଡିଗ୍ରୀ
ଫୁଲବାଣୀ: ୭ଡିଗ୍ରୀ
ଝାରସୁଗୁଡା: ୭.୧ଡିଗ୍ରୀ
ଦାରିଙ୍ଗବାଡି: ୭.୫ଡିଗ୍ରୀ
ଭବାନୀପାଟଣା: ୭.୮ଡିଗ୍ରୀ
ଅନୁଗୁଳ: ୮ଡିଗ୍ରୀ
କେନ୍ଦୁଝର: ୮.୮ଡିଗ୍ରୀ
ସୁନ୍ଦରଗଡ:୯ଡିଗ୍ରୀ
ଜଗତସିଂହପୁର: ୯.୫ଡିଗ୍ରୀ
ଢେଙ୍କାନାଳ:୯.୬ଡିଗ୍ରୀ
କୋରାପୁଟ: ୯.୬ଡିଗ୍ରୀ
ଭୁବନେଶ୍ୱର : ୧୦.୯ଡିଗ୍ରୀ
କଟକ : ୧୧ଡିଗ୍ରୀ