ଲୋକସଭାରେ ରାହୁଲଙ୍କ ଆକ୍ରମଣ, ଯୁବବର୍ଗର ଆଙ୍ଗୁଠି କାଟୁଛି ସରକାର
1 min readନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗୃହରେ ଦ୍ରୋଣାଚାର୍ଯ୍ୟ ଏବଂ ଏକଲବ୍ୟ ବିଷୟରେ ଉଲ୍ଲେଖ କରି ରାହୁଲ କହିଛନ୍ତି ଯେ, ଯେପରି ଏକଲବ୍ୟର ଆଙ୍ଗୁଠି କାଟି ଦିଆଯାଇଥିଲା, ସେହିଭଳି ମୋଦି ସରକାର ସମଗ୍ର ଦେଶର ଯୁବକମାନଙ୍କ ଆଙ୍ଗୁଠି କାଟି ଦେଉଛନ୍ତି । ଏହାପରେ ଆଦାନୀ ପ୍ରସଙ୍ଗ, ପେପର ଲିକ୍ ମାମଲା ଏବଂ ହାଥରସ୍ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।
ଲୋକସଭାରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ଲୋକସଭାରେ ଆଲୋଚନା ବେଳେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏକଲବ୍ୟଙ୍କ ଆଙ୍ଗୁଠିକୁ ଯେପରି କଟାଯାଇଥିଲା, ବର୍ତ୍ତମାନ ମୋଦୀ ସରକାର ପଛୁଆ ବର୍ଗ ଲୋକ, ଦଳିତ ଏବଂ ଯୁବକଙ୍କ ଆଙ୍ଗୁଠିକୁ କାଟି ଦେଉଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ ଅଗ୍ନିବୀର ଯୋଜନା କାର୍ଯ୍ୟକାରୀ ହୋଇଛି। ସମ୍ବିଧାନରେ ଏହି ବିଷୟରେ କୌଣସି ଉଲ୍ଲେଖ ନାହିଁ । ଏଥିରେ ମଧ୍ୟ ସରକାର ଯୁବକଙ୍କ ଆଙ୍ଗୁଠି କାଟିଛନ୍ତି। ଯେ ବର୍ତ୍ତମାନ ସରକାରୀ ଚାକିରିରେ ଲେଟରାଲ୍ ଏଣ୍ଟ୍ରି ବ୍ୟବହାର କରାଯାଉଛି। ସିଧାସଳଖ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ସରକାର ନୂତନ ନିଯୁକ୍ତି କରୁଛନ୍ତି। ଏହି କାରଣରୁ ଓବିସି ଯୁବକଙ୍କ ଆଙ୍ଗୁଠି ସିଧାସଳଖ କାଟି ଦିଆଯାଉଛି।
ଆହୁରୀ ମଧ୍ୟ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆଦାନୀ ପ୍ରୀତି ଚାଲିଛି। ଆଦାନୀ ହାତରେ ଟେକି ଦିଆଯାଉଛି ବିମାନବନ୍ଦର ଠାରୁ ପ୍ରତିରକ୍ଷା କ୍ଷେତ୍ର। ଦେଶରେ ବାରମ୍ବାର ଘଟିଚାଲିଛି ପେପର ଲିକ୍ ଘଟଣା। ଏମଏସପି ଓ ଅନ୍ଯ ଅଧିକାର ଦାବି କରୁଥିବା ଚାଷୀଙ୍କୁ ଦମନ କରାଯାଉଛି। ସେମାନଙ୍କ ଉପରେ କରାଯାଉଛି ଲାଠିମାଡ। ଏହା ସହ ହାଥରସ ପ୍ରସଙ୍ଗରେ ୟୁପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।
ରାହୁଲ ଗାନ୍ଧୀ ସଂସଦରେ ପେପକ ଲିକ୍ ମାମଲା ଉଠାଇଥିଲେ। ସେ କହିଛନ୍ତି ଯେ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ୭୦ ଟି ପେପର୍ ଲିକ୍ ହୋଇଛି। ଏହା ସିଧାସଳଖ ପ୍ରାର୍ଥୀଙ୍କ ଆଙ୍ଗୁଠି କାଟିବା ଭଳି ସ୍ଥିତି ହୋଇଛି ।
ଆହୁରୀ ମଧ୍ୟ ରାହୁଲ କହିଛନ୍ତି, ଏମଏସପି ଓ ଅନ୍ୟ ଅଧିକାର ଦାବି କରୁଥିବା ଚାଷୀଙ୍କୁ ଦମନ କରାଯାଉଛି। ସେମାନଙ୍କ ଉପରେ ଲାଠିମାଡ କରାଯାଉଛି । ଏହା ସହ ହାଥରସ ପ୍ରସଙ୍ଗରେ ୟୁପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି- ମନୁସ୍ମୃତି ଅନୁସାରେ ଚାଲିଛି ୟୁପି ଶାସନ। ସମ୍ବିଧାନ ଉପରେ ୨୪ ଘଣ୍ଟା ଆକ୍ରମଣ କରୁଛି ବିଜେପି। ସମ୍ଭଲ ସ୍ଥିତିକୁ ଅଧିକ ସ୍ପର୍ଶକାତର କରୁଛନ୍ତି ସରକାର।
ରାହୁଲ କହିଛନ୍ତି- ଅର୍ଥନୈତିକ ସମାନତା ନଥିଲେ ରାଜନୈତିକ ସମାନତା ଆସିବନାହିଁ। ଦେଶରେ ଆର୍ଥିକ ସମାନତା ହଜିଗଲାଣି। ସମ୍ବିଧାନ ସମ୍ପର୍କରେ ବିନାୟକ ଦାମୋଦର ସଭରକରଙ୍କ ମନ୍ତବ୍ଯକୁ ତୀବ୍ର ସମାଲୋଚନା କରିଥିଲେ ରାହୁଲ। ସମ୍ବିଧାନ ବଦଳରେ ମନୁସ୍ମୃତି କାର୍ଯ୍ୟକାରୀ କରିବାକୁ ସଭରକର ଯାହା କହିଥିଲେ ସେନେଇ ବିଜେପିକୁ ଟାର୍ଗେଟ କରିଥିଲେ ରାହୁଲ।