ପୁଣି ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା, ଆପୋଲୋ ହସ୍ପିଟାଲରେ ଭର୍ତ୍ତି
1 min readନୂଆଦିଲ୍ଲୀ: ପୁଣି ବିଗିଡିଲା ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା। ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ଲାଲକୃଷ୍ଣ ଆଡଭାନୀଙ୍କୁ ୯୭ ବର୍ଷ ବୟସ। ତାଙ୍କୁ ଗତ ୪-୫ ମାସ ମଧ୍ୟରେ ୪ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜୁଲାଇରେ ମଧ୍ୟ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ୨୬ ଜୁନରେ ତାଙ୍କୁ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଲାଲକୃଷ୍ଣ ଆଡଭାନୀ କିଛି ଦିନଧରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରିଆସୁଥିଲେ। ଏଥିଲାଗି ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ। ଚଳିତବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନ ଥିଲେ। ତାଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ଦିଆଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩୦ ମାର୍ଚ୍ଚରେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ ।
ଲାଲକୃଷ୍ଣ ଆଡଭାନୀ ୮ ନଭେମ୍ବର ୧୯୨୭ରେ କରାଚିରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୨ରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନରେ ଯୋଗ ଦେଇଥିଲେ। ସେ ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ, ପୁଣି ୧୯୯୩ ରୁ ୧୯୯୮ ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ଭାଜପାର ରାଷ୍ଟ୍ରୀୟ ସଭାପତି ଥିଲେ। ଏହା ବ୍ୟତୀତ ସେ ଦୀର୍ଘ ସମୟ ଧରି ଦଳର ସଭାପତି ରହିଆସିଛନ୍ତି। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ୨୦୧୫ ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଦେଶର ଗୃହମନ୍ତ୍ରୀ ମଧ୍ୟ ରହିଛନ୍ତି।