ନୂଆ ପ୍ୟାନ୍ କାର୍ଡ: କେମିତି ଘରେ ବସି ଆବେଦନ କରିବେ,କେତେ ଟଙ୍କା ଲାଗିବ ଚାର୍ଜ, ଜାଣନ୍ତୁ
1 min readନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ୟାନ କାର୍ଡକୁ ସଭିଙ୍କ ପାଖରେ ଉପଲବ୍ଧ କରାଇବା ସହ ଏହାର ଦକ୍ଷତା ବଢାଇବା ପାଇଁ ପ୍ୟାନ୍ ୨.୦ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ନୂଆ ପ୍ୟାନ୍ କାର୍ଡରେ କ୍ୟୁଆର୍ କୋର୍ଡ ମଧ୍ୟ ରହିଛି । ଏହି କ୍ୟୁଆର୍ କୋର୍ଡ ସ୍କାନ କଲେ ସେହି ବ୍ୟକ୍ତିଙ୍କ ବିଷୟରେ ସବିଶେଷ ବିବରଣୀ ଜାଣିହେବ । ଏବଂ ଏହି କ୍ୟୁଆର୍ କୋର୍ଡ ସିଷ୍ଟମ ଆମର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସହାୟକ ହେବ । ସରକାରୀ ଆକଳନ ଅନୁଯାୟୀ ପ୍ୟାନ୍ ୨.୦ ପ୍ରୋଜେକ୍ଟରେ ୧୪୩୫କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।
ନୂଆ ପ୍ୟାନ୍ କାର୍ଡ ଲାଗୁ କରିବାର କାରଣ ଡିଜିଟାଲ୍ କ୍ଷେତ୍ରରେ ଭାରତକୁ ସଫଳ କରିବା ସହ ଆୟକର ବିଭାଗର ସୁପରିଚାଳନା ବ୍ୟବସ୍ଥିତ ଢଙ୍ଗରେ କରିବାର ମଧ୍ୟ ସାହାର୍ଯ୍ୟ କରିବ । ପ୍ୟାନ୍ ୨.୦ ଏକ ଇ-ଗଭର୍ଣ୍ଣାନ୍ସ ଯୋଜନା ଅଟେ ଯାହାର ଉଦ୍ଦେଶ୍ୟ ଟିକସଦାତାଙ୍କ ପାଇଁ ପଞ୍ଜୀକୃତ ଥିବା ସେବାକୁ ନୂଆ ରୂପ ଦେବା । ଏହା ସହିତ ପ୍ୟାନ୍ ( Permanent Account Number ) ଏବଂ ଟ୍ୟାନ୍ (Tax Deduction and Collection Account Number)କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ସମସ୍ତଙ୍କର ଡାଟାକୁ ସୁରକ୍ଷିତ ରଖିବା ।
ତେବେ ଏଠି ପ୍ରଶ୍ନ ଉଠୁଛି ସମସ୍ତଙ୍କ ପାଖରେ ଥିବା ପୁରୁଣା ପ୍ୟାନକାର୍ଡ ଏବେ କାମ କରିବ କି ନାହିଁ ? ତେବେ ପୁରୁଣା ପ୍ୟାନ୍ କାର୍ଡ ଉପରେ ନୂଆ ପ୍ୟାନକାର୍ଡର କିଛି ବି ପ୍ରଭାବ ପଡିବ ନାହିଁ । କିନ୍ତୁ ପୁରୁଣା ପ୍ୟାନ କାର୍ଡ ବ୍ୟବହାର କରୁଥିବା ଲୋକ ନୂଆ ପ୍ୟାନ କାର୍ଡ ମଧ୍ୟ ଆବେଦନ କରିପାରିବ । ଏହାକୁ ଅନଲାଇନରେ ହିଁ ଆବେଦନ କରିହେବ । ଆବେଦନ କରିବାର କିଛି ସମୟ ପରେ ଆପଣଙ୍କ ପଞ୍ଜୀକୃତ ଇମେଲରେ ଏହି ପ୍ୟାନକାର୍ଡ ଆଇଡି ପଠାଯିବ । ତେବେ କେମିତି ମିଳିବ ଏହି ପ୍ୟାନ୍ କାର୍ଡ ? ଆପଣ ଯଦି ଏହି କ୍ୟୁଆର୍ କୋର୍ଡ ପ୍ୟାନ୍ କାର୍ଡ ଆବେଦନ କରିବାକୁ ଚାହାଁନ୍ତି ତେବେ ଏହାକୁ ଆପଣ ଘରେ ବସି ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହାପରେ ଏହି ପ୍ୟାନକାର୍ଡଟି ଆପଣଙ୍କ ଇମେଲ୍ ଆଇଡିକୁ ପଠାଯିବ । ଆପଣ NSDL ଓ୍ବେବସାଇଟରୁ ଯାଇ ପ୍ୟାନକାର୍ଡକୁ ଡାଉନଲୋଡ କରିପାରିବେ । ତେବେ ନୂଆ ପ୍ୟାନ କାର୍ଡ ଆବେଦନ ପାଇଁ କେତେ ଟଙ୍କା ଲାଗିବ ? ପ୍ୟାନ୍ କାର୍ଡ ଫିଜିକାଲି ପାଇବା ପାଇଁ ମାତ୍ର ୫୦ଟଙ୍କା ଲାଗିବ । NSDL ଦ୍ବାରା ଇ-ପ୍ୟାନ୍ କାର୍ଡ ପାଇଁ www.onlineservices.nsdl.com/paam/requestAndDownloadEPAN.htmlକୁ ଯିବେ । ଏହା ପରେ ପୁରୁଣା ପ୍ୟାନ୍ କାର୍ଡର ନମ୍ବର , ଆଧାରକାର୍ଡର ବିବରଣୀ ଏବଂ ଜନ୍ମତିଥି ଦେବେ । ନିଜର ଠିକ୍ ବିବରଣୀ ଦେବା ପରେ ଏକ ଓଟିପି ଆସିବ । ଏହା ପରେ ୩୦ ମିନିଟରେ ଆପଣଙ୍କ ଇମେଲ୍ ଆଇଡିକୁ ଇ-ପ୍ୟାନ୍ ଆସିଯିବ । ଇ- ପ୍ୟାନକୁ ମାସେ ମଧ୍ୟରେ ୩ ଥର ବ୍ୟବହାର କଲେ କିଛି ଚାର୍ଜ ଲାଗିବ ନାହିଁ । କିନ୍ତୁ ୩ ଥରରୁ ଅଧିକ ବ୍ୟବହାର କଲେ ଜିଏସଟି ସହ ୮.୨୬ ଟଙ୍କା ଚାର୍ଜ ଲାଗିବ । ଏବଂ ଯଦି ଆପଣଙ୍କୁ ଫିଜିକାଲ୍ ପ୍ୟାନ୍ ଆଇଡି ଦରକାର ତେବେ ଆପଣଙ୍କୁ ମୋଟ ୫୦ ଟଙ୍କା ଦେବାକୁ ପଡିବ ।