ମଣିପୁରରେ ପୁଣି ଉତ୍ତେଜନା, ସ୍ଥିତି ନିୟନ୍ତ୍ରଣ ଲାଗି ୯ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ କଟକଣା

1 min read

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ପୁଣି ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣ ଲାଗି ୯ଟି ଜିଲ୍ଲାରେ ବଢିଲା ଇଣ୍ଟରନେଟ ସେବା ଉପରେ କଟକଣା ।  ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ଦୃଷ୍ଟିରୁ ସରକାର ଡିସେମ୍ବର ୯ପର୍ଯ୍ୟନ୍ତ କଟକଣା ବୃଦ୍ଧି କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଯେଉଁ ଜିଲ୍ଲାଗୁଡିକ ଲାଗି କଟକଣା ଜାରି କରାଯାଇଛି ସେହି ଜିଲ୍ଲାଗୁଡିକ ହେଲା- ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, କାକଚିଙ୍ଗ, ବିଷ୍ଣୁପୁର, ଥୋବାଲ, ଚୁରାଚାନ୍ଦପୁର, କାଙ୍ଗୋକପି, ଫେର୍ଜାଓ୍ବାଲ ଓ ଜିରିବାମ । ଇଣ୍ଟରେନେଟ ସେବା ରଦ୍ଦ ସହ ଭିସାଟ ଓ ଭିପିଏନ ସେବାକୁ ବି ବାତିଲ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଆବଶ୍ୟକତାମତେ କେତେକ ସ୍ଥାନରେ ଏହି କଟକଣାକୁ କୋହଳ କରିବା ସମ୍ଭାବନା ରହିଛି ।

ଜିରି ଓ ବାରାକ ନଦୀରୁ ତିନି ମହିଳା ଓ ତିନି ଶିଶୁଙ୍କ ମୃତଦେହ ମିଳିବା ପରେ ଏହି ଜିଲ୍ଲାଗୁଡିକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ନଭେମ୍ବର ୧୬ରୁ ସେହି ଜିଲ୍ଲାଗୁଡିକରେ ଇଣ୍ଟରନେଟ ସେବା ଉପରେ କଟକଣା ଲଗାଯାଇଥିଲା । ପରେ ରାଜ୍ୟ ପାଞ୍ଚଟି ଜିଲ୍ଲା – ଇମ୍ଫାଲ୍ ୱେଷ୍ଟ୍, ଇମ୍ଫାଲ୍ ଇଷ୍ଟ, ବିଷ୍ଣୁପୁର, କାଚଚିଂ ଏବଂ ଥୋବାଲରେ ବ୍ୟାପକ ବିରୋଧ ଓ କର୍ଫ୍ୟୁ କରିଥିଲା। ନଭେମ୍ବର ୧୧ରେ ଜିରିବାମ ଜିଲ୍ଲାରେ ଏନକାଉଣ୍ଟର ପରେ ଏହି ବ୍ୟକ୍ତିମାନେ ନିଖୋଜ ହୋଇଯାଇଥିଲେ, ଯେଉଁଠାରେ ସୁରକ୍ଷା ବାହିନୀ ଦଶ ଜଣ ସଶସ୍ତ୍ର ମାଓବାଦୀଙ୍କୁ ହତ୍ୟା କରିଥିଲେ।