ପୁଷ୍ପ-୨ ଦଳାଚକଟା: ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ଅଲ୍ଲୁ ଅର୍ଜୁନ

1 min read

ନୂଆଦିଲ୍ଲୀ: ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ଘଟଣା । ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ସୁପରଷ୍ଟାର ଆଲ୍ଲୁ ଅର୍ଜୁନ । ମୃତ ମହିଳାଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଏହାସହ ଆହତ ଶିଶୁର ଚିକିତ୍ସା ବାବଦ ଖର୍ଚ୍ଚ ବହନ କରିବାକୁ ସେ ଘୋଷଣା କରିଛନ୍ତି ।

ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଫିଲ୍ମର ପ୍ରିମିୟର ଶୋ’ ବେଳେ ଘଟିଥିଲା ଅଘଟଣ । ଗତ ଗୁରୁବାର ଅର୍ଜୁନ, ତାଙ୍କ ସିକ୍ଯୁରିଟି ଟିମ୍ ଓ ସନ୍ଧ୍ଯା ଥିଏଟରର ମ୍ଯାନେଜମେଣ୍ଟ ବିରୋଧରେ ହାଇଦ୍ରାବାଦ ପୋଲିସ ମାମଲା ରୁଜୁ କରିଥିଲା । ଚିକ୍କାଦପାଲ୍ଲି ପୋଲିସ ଷ୍ଟେସନରେ ୧୦୫, ୧୧୮ ଧାରାରେ ମାମଲା ରୁଜୁ ହୋଇଥିଲା । ଅଲ୍ଲୁ ଅର୍ଜୁନ ସିନେମା ହଲରେ ପହଞ୍ଚିବା ପରେ ଭିଡ଼ ଅଣାୟତ୍ତ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କୁ ଭେଟିବାକୁ ଲୋକମାନେ ପ୍ରୟାସ କରିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିଲେ । ଦଳାଚକଟାକୁ ଦେଖି ପୋଲିସ ଲାଠି ଚାର୍ଜ କରିବା ପରେ ପରିସ୍ଥତି ଆୟତ୍ତକୁ ଆସିଥିଲା ।