ରାଜ୍ୟ ଅର୍ଥନୀତିର ହେବ ହିସାବ ନିକାଶ…ଆଜି ବସିବ  ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆଜି ବସିବ  ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ।  ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ମାନସ ମନ୍ଥନ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥସଚିବ, ଅର୍ଥନୈତିକ ବିଶେଷଜ୍ଞ, ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ରାଜ୍ୟ ବଜେଟ ପାଇଁ ମତାମତ ଦେବେ । ମତାମତ ଆଧାରରେ ଅର୍ଥ ବିଭାଗ ବଜେଟ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ।

ଏହାସହ ସାଧାରଣ ଲୋକଙ୍କ ଠାରୁ ମଧ୍ୟ ବଜେଟ ନେଇ ମତାମତ ସଂଗ୍ରହ କରିବ ଅର୍ଥବିଭାଗ ।  ସେପଟେ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ କମିବା, କେନ୍ଦ୍ର ଠିକ ସମୟରେ ଅର୍ଥ ନଦେବା, ଜିଏସ୍‌ଟି କ୍ଷତିପୂରଣ ବାବଦରେ ଅର୍ଥରାଶି କେନ୍ଦ୍ର ନଦେବା ରାଜ୍ୟ ବଜେଟ ପାଇଁ ବି ବାଧକ ହୋଇଛି । ଯେହେତୁ ମାନ୍ଦାବସ୍ଥା ଜାରି ରହିଛି ତେଣୁ ବଜେଟ ଉପରେ ଏହା ପ୍ରଭାବ ନିଶ୍ଚିତ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Leave a Reply