ଗୁଗଲ ମ୍ୟାପ୍ ଦେଖାଇଲା ଭୁଲ ରାସ୍ତା: କେନାଲକୁ ଖସିଲା କାର୍, ୩ ଆହତ
ବରେଲି: ଗୁଗଲ ମ୍ୟାପ୍ ଦେଲା ଧୋକ୍କା । ଗୁଗଲ ମ୍ୟାପରୁ ରାସ୍ତା ଦେଖି ଠିକଣା ସ୍ଥଳକୁ ଯିବା ହେଲା କାଳ । ରାସ୍ତା ଛାଡି କେନାଲକୁ ଖସିଲା କାର୍ । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିରେ ୩ ଲୋକ । ଘଟଣା ଘଟିଛି ଉତ୍ତରପ୍ରଦେଶ ବରେଲିର ଇଜ୍ଜତନଗର ଥାନା ଅଞ୍ଚଳରେ । ଏହି ଅଞ୍ଚଳ ଦେଇ ଯାଇଥିବା କଲାପୁର କେନାଲରେ କାରଟି ଖସି ପଡ଼ିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ସୂଚନାଯୋଗ୍ୟ, ଏକ କାରରେ ତିନି ଜଣ ବ୍ୟକ୍ତି ପିଲିଭତି ଯାଉଥିଲେ । ସେମାନଙ୍କ କହିବା ଅନୁସାରେ, ସେମାନ ଗୁଗଲ ମ୍ୟାପ ଦେଖି ଆଗକୁ ବଢୁଥିଲେ । ଏହି ସମୟରେ ବରେଲିର କସଓ୍ବା ରିଠୋରାରେ ସେମାନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ କେନାଲରେ ପାଣି ନଥିବାରୁ ସମସ୍ତେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ କାରରୁ ଜଣେ ବାହାରକୁ ଆସି ପୋଲିସକୁ ଖବର ଦେଇଥିଲେ । ତାଙ୍କଠାରୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ କ୍ରେନ ସାହାଯ୍ୟରେ କାରଟିକୁ କେନାରୁ ବାହାର କରିଥିଲା ।
ଉଜ୍ଜତନଗର ଥାନା ଅଧିକାରୀ କହିଛନ୍ତି, ଔରେୟା ବାସିନ୍ଦା ଦିବ୍ୟାଶଂ ସିଂ ତାଙ୍କ କାରର ଜିପିଏସ ସାହାରାରେ ପିତିଭତି ଯାଉଥିଲେ । ଏହି ସମୟରେ କଲାପୁର କେନାଲ ପାଖରେ ବରକାପୁର ରାସ୍ତା କଟି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି । ସର୍ଟକଟ ଚକ୍କରେ ମୁଖ୍ୟ ରାସ୍ତା ଛାଡି ସେମାନେ ଏହି ରାସ୍ତାରେ ପଶିଥିଲେ ।