ଡିଆଇଜି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ମୋଦିଙ୍କ ଗୁରୁତ୍ବ
1 min readଭୁବନେଶ୍ବର: ଭୁବନେଶ୍ଵରରେ ଆୟୋଜିତ ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ଗୁରୁତ୍ଵାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସମ୍ମିଳନୀର ଥିଲା ଶେଷ ଦିନ । ଏହି ଅବସରରେ ଯୋଗ ଦେଇଥିବା ପୋଲିସ ଅଧିକାରୀଙ୍କୁ ସ୍ମାର୍ଟ ପୋଲିସିଂର ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ପୋଲିସର କାର୍ଯ୍ୟରେ ସ୍ଵଚ୍ଛତା ସହ ଲୋକଙ୍କ ଯେପରି ବିଶ୍ଵାସଭାଜନ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ।
ପୋଲିସ ବ୍ୟବସ୍ଥା ରଣନୀତିକ, ଯତ୍ନଶୀଳ ଓ ଗ୍ରହଣଯୋଗ୍ୟ ଯେପରେ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ପ୍ରଧାନମନ୍ତ୍ରୀ । କର୍ମଚାରୀଙ୍କ ଉପରେ ଯେପରି ବୋଝ କମ କରାଯାଇପାରିବ ସେଥିରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଥିଲେ । ବିକଶିତ ଭାରତ ଲକ୍ଷ୍ୟ ନେଇ ପୋଲିସର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଛନ୍ତି ।
ସାଇବର ଫ୍ରଡ ରୋକିବାକୁ ପୋଲିସ ହାକାଥନ ଉପରେ ଗୁରୁତ୍ଵ ଦେଇଛନ୍ତି। ଏହାସହ ବନ୍ଦର ସୁରକ୍ଷାକୁ ଗୁରୁତ୍ଵ ଦେବା ସହ ଏହା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶର ସୁରକ୍ଷା, ଆତଙ୍କବାଦ ମୁକାବିଲା, ମାଓବାଦ ସମସ୍ଯା, ସାଇବର ଅପରାଧ, ଅର୍ଥନୈତିକ ନିରାପତ୍ତା, ଅନୁପ୍ରବେଶ, ଉପକୂଳ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଛନ୍ତି ମୋଦି ।
ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଗୁରୁତ୍ଵ ଦିଆଯାଇଛି । ସୀମା ସୁରକ୍ଷାକୁ ନେଇ ହୋଇଛି ଆଲୋଚନା । ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ୩ ଦିନ ଧରି ଚାଲିଥିବା ଏହି ବୈଠକରେ ମୋଟ ୧୫୦ ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ ।