ଟୋକନ ସମସ୍ୟାକୁ ନେଇ ଜିଲ୍ଲାପଳଙ୍କ ଦ୍ବାରସ୍ଥ ହେଲେ ଚାଷୀ
1 min readବରଗଡ଼: ବରଗଡ ଜିଲ୍ଲାରେ ଟୋକନ ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଜୟ କିସାନ ଆନ୍ଦୋଳନର ସଦସ୍ୟ ଏବଂ ଶତାଧିକ ଚାଷୀ । ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ନହେଲେ ଚାଷୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ଜିଲ୍ଲାରେ ଟୋକନ ସମସ୍ୟା ବଢିବାରେ ଲାଗିଛି । ଚାଷୀଙ୍କ ଜମି ତୁଳନାରେ ଠିକ ପରିମାଣରେ ଟୋକନ ଆସି ନଥିବା ବେଳେ ଅଧିକାଂଶ ଚାଷୀଙ୍କ ଧାନ ଅମଳ ହୋଇ ସାରିଛି । ହେଲେ ଜାନୁୟାରୀ ଶେଷ ଓ ଫେବୃଆରୀ ପ୍ରଥମରେ ଟୋକନ ଆସିଛି । ଯାହାକୁ ନେଇ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ FAQ ଧାନ ନାଁରେ ଚାଷୀଙ୍କଠାରୁ ଏକ ପ୍ରକାର ଲୁଟ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଟୋକନ ସମସ୍ୟାର ଶୀଘ୍ର ସମାଧାନ କରାଯାଉ ବୋଲି ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ଖୋଲା ଚେତାବନୀ ଦେଇଛନ୍ତି ଚାଷୀ ।