ଡିଆରଡିଓର ଆଉ ଏକ ମାଇଲଖିୁଣ୍ଟ : ବାଲିଷ୍ଟିକ୍ ମିସାଇଲ କଲାମ-୪ର ସଫଳ ପରୀକ୍ଷଣ

1 min read

ବାଲେଶ୍ୱର : ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କଲା ଭାରତ । ବଙ୍ଗୋପସାଗର ବିଶାଖାପାଟଣା ନିକଟ ସମୁଦ୍ରରୁ ଅରିହନ୍ତ ବୁଡ଼ାଯାହାଜରୁ ବାଲିଷ୍ଟିକ୍‌ ମିସାଇଲ କେ-4କୁ ସଫଳତାର ସହିତ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୩ ହଜାର ୫ଶହ କିଲୋମିଟର ରହିଛି। ଇଣ୍ଟରମିଡିଏଟ ରେଂଜ ସବମରିନ ଲଞ୍ଚଡ୍ ବାଲିଷ୍ଟିକ ମିସାଇଲ ISLBM K-4ରେ ୨୫ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଯୁଦ୍ଧପୋତ ଅରିହନ୍ତରୁ ଟାର୍ଗେଟ୍‌କୁ୍ ସ୍ଥିରକରି କେ-4 ମିସାଇଲକୁ ଉତ୍‌କ୍ଷେପଣ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ମିସାଇଲରେ ସଂଯୋଗ କରାଯାଇଥିବା ଇଞ୍ଜିନ୍‌ କେ-4 କ୍ଷେପଣାସ୍ତ୍ରକୁ ବୁଡ଼ାଯାହାଜରୁ ଉତ୍‌କ୍ଷେପଣ କରିବା ପରେ ଦ୍ବିତୀୟ ଇଞ୍ଜିନ୍‌ ଏହାକୁ ଟାର୍ଗେଟ୍‌ ପର୍ଯ୍ୟନ୍ତ ପହଞ୍ଚାଇଥାଏ। ମିସାଇଲ ସ୍ଥିରିକୃତ ଗତି, ଦିଗ ଓ ଟାର୍ଗେଟ୍‌କୁ ସଫଳତାର ସହିତ ହିଟ୍‌ କରିଥିବା ଡ଼ିଆରଡ଼ିଓ ତରଫରୁ କୁହାଯାଇଛି । ଡ଼ିଆରଡ଼ିଓ ଏବଂ ଭାରତ ଡ଼ାୟଇନାମିକ୍‌ ଲିମିଟେଡ଼ ଦ୍ବାରା ପ୍ରସ୍ତୁତ କେ-4 କ୍ଷେପଣାସ୍ତ୍ରର ଲମ୍ବ 12 ମିଟର ଓ ମୋଟେଇ 1.3 ମିଟର । ପୂର୍ବତନ ରାଷ୍ଟ୍ରପତି ଓ ମିସାଇଲର ଜନକ କୁହଯାଉଥିବା ଡକ୍ଟର ଏ.ପି.ଜେ. ଅବଦୁଲ କାଲାମଙ୍କ ନାମରେ ଏହି କ୍ଷେପଣାସ୍ତ୍ରକୁ କାଲାମ-4 ଭାବେ ନାମିତ କରାଯାଇଛି। ଏହି ସଫଳ ପରୀକ୍ଷଣ ପ୍ରତିରକ୍ଷା ବଭାଗକୁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇପାରିଛି ।