୨୩ ବର୍ଷ ପରେ ଅଜାକୁ ଫେରାଇ ଆଣିଲେ ନାତି!

ନନ୍ଦିଘୋଷ ବ୍ୟୁରୋ: ୨୩ ବର୍ଷ ପରେ ଅଜାକୁ ଫେରାଇ ଆଣିଲେ ନାତି । ଅଜା ଦେଇଥିବା ସ୍ନେହ ଶ୍ରଦ୍ଧାକୁ ଭୁଲି ନଥିଲେ ନାତି । ଆଖି ଆଗରେ ନାଚି ଉଠୁଥିଲା ଅଜାଙ୍କ ମୁହଁ । ଅଜାଙ୍କ ସ୍ମୃତିକୁ ମନେ ପକାଇ ୨୩ ବର୍ଷ ପରେ ଅଜାଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନା କଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଲିଜି ଗାଁର ପ୍ରଦୀପ ପ୍ରଧାନ । ପରିବାରରେ ବାଞ୍ଛାନିଧିଙ୍କୁ ଦେଖି ବେଶ ଖୁସି ପ୍ରକାଶ କରୁଛନ୍ତି ପରିବାର ଲୋକେ ।

ଦୀର୍ଘ ୨୩ ବର୍ଷ ତଳେ ଅଜା ଦେଇଥିବା ସ୍ନେହ ଶ୍ରଦ୍ଧାକୁ ଭୁଲି ନଥିଲେ ନାତି । ଆଖି ଆଗରେ ନାଚି ଉଠୁଥିଲା ଅଜାଙ୍କ ମୁହଁ । ଅଜାଙ୍କ ସ୍ମୃତିକୁ ମନେ ପକାଇ ୨୩ ବର୍ଷ ପରେ ଅଜାଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନା କଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନିଲିଜି ଗାଁର ପ୍ରଦୀପ ପ୍ରଧାନ । ସେହି ଗାଁର ବାଞ୍ଛାନିଧି ପ୍ରଧାନଙ୍କ ୨୩ବର୍ଷ ତଳେ ପର ଲୋକ ହୋଇଯାଇଛି । ବାଞ୍ଛାନିଧିଙ୍କ ପରଲୋକ ପରେ ଅଜାଙ୍କ ସ୍ନେହ, ଶ୍ରଦ୍ଧା ଭୁଲି ପାରିନଥିଲା ନାତି। ଘରର ଏକ ସ୍ଥାନରେ ଅଧା ଉଇ ଧରା ଫଟୋଟି ପାଇଥିଲେ ପ୍ରଦୀପ । ସେହି ଫଟୋଟିକୁ ପ୍ରଥମେ ବମ୍ବେକୁ ପଠାଇ ଏକ ଭଲ ଫଟୋଟି ତିଆରି କରିଥିଲେ । ପରେ ରାଜସ୍ଥାନ ଯାଇ ୭୦ହଜାର ଟଙ୍କାରେ ଅଜାଙ୍କ ପ୍ରତିମୂର୍ତ୍ତି ଗଢି ଏବେ ଘରକୁ ଆଣିଛନ୍ତି। ଏବେ ନିଜ ଘରେ ସବୁବେଳେ ଅଜାକୁ ଦେଖି ନାତି ପ୍ରଦୀପଙ୍କ ସହିତ ପୂରା ପରିବାର ବେଶ ଖୁସି ଅଛନ୍ତି ।

ସ୍ୱର୍ଗତ ବାଞ୍ଛାନିଧି ଥିଲେ ଗାଁର ଗୌନ୍ତିଆ। ତାଙ୍କ ଜୀବନ କାଳରେ ଅନେକ ଲୋକଙ୍କୁ ସହଯୋଗ କରିବା ଶହ ନିଜ ପରିବାର କୁ ଦେଇ ଆସିଥିଲେ ଅନେକ ଖୁସି ଓ ସ୍ନେହ। ୧୦୦ ବର୍ଷ ବୟସରେ ତାଙ୍କ ମୃତ୍ଯୁ ହୋଇଥିଲା । ସେ ଆର ପାରିକି ଚାଲିଯାଇଥିଲେ ସତ ତାଙ୍କ ସହଯୋଗ ଏବେ ବି ଗାଁ ଲୋକଙ୍କ ମନରୁ ଲିଭିନାହିଁ । ଗାଁ ଲୋକ ଓ ନିଜ ପରିବାର ଲୋକଙ୍କ ପାଇଁ ଘରକୁ ବାଞ୍ଛାନିଧିଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିଛନ୍ତି ନାତି ପ୍ରଦୀପ ପ୍ରଧାନ।