ଗରିବ ପରିବାରରୁ ଆଣି ଦେହ ବେପାରରେ ଲଗାଉଥିଲେ ଦଲାଲ, ଆକ୍ସନ ମୋଡ଼ରେ ଟୁଇନସିଟି ପୋଲିସ
1 min readନନ୍ଦିଘୋଷ ବ୍ୟୁରୋ: କଟକ-ଭୁବନେଶ୍ବରରେ ବାଙ୍ଗଲାଦେଶୀ ନାବାଳିକା ଓ ଯୁବତୀଙ୍କୁ ଆଣି ଅନୈତିକ ଦେହ ବେପାରରେ ଲଗାଯିବା ଘଟଣା ପଦାକୁ ଆସିବା ପରେ ଆକ୍ସନ ମୋଡରେ ପୋଲିସ । କଟକରେ CWC ଆଗରରେ ଉଦ୍ଧାର ନାବାଳିକା ଦେଇଥିବା ବୟାନକୁ ଆଧାର କରି ସଦର ଗୋପାଳପୁରରୁ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୂପାଟଣା ପୋଲିସ । ନାବାଳିକଙ୍କ ସ୍ବାସ୍ଥ୍ଯ ପରୀକ୍ଷ ସହ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ ହୋଇଛି । ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି । ନ୍ୟାୟିକ ପ୍ରକ୍ରିୟା ପରେ ନାବାଳିକାଙ୍କ ବାଂଲାଦେଶ ପଠାଇବା ପାଇଁ ହାଇ କମିଶନଙ୍କ ସହ ଯୋଗାଯୋଗ କରାଯିବ ବୋଲି କହିଛନ୍ତି CWC ଅଧ୍ଯକ୍ଷ । ସେପଟେ ଘଟଣାର ତଦନ୍ତ ଜାରି ରହିଛି ଜଳପଥରେ ଅନୁପ୍ରବେଶ ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପୋଲିସ ଡିଜି । ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ କରିଛଇ ସ୍ପେଶାଲ ଟିମ୍ ।
ଗରିବ ପରିବାରରୁ ଆଣି ଦେହ ବେପାରରେ ଲଗାଉଥିଲେ ଦଲାଲ । ଆକ୍ସନ ମୋଡ଼ରେ ଟୁଇନସିଟି ପୋଲିସ । ବାଂଲାଦେଶ ହାଇ କମିଶନଙ୍କ ସହ କରାଯିବ ଯୋଗାଯୋଗ । ଚାକିରି ଦେବାକୁ ମିଥ୍ଯା ପ୍ରତିଶ୍ରୁତି ଦେଇ ବାଂଲାଦେଶରୁ ଯୁବତୀଙ୍କୁ ଆଣି କଟକ ଭୁବନେଶ୍ବରରେ କୁତ୍ସିତ କାର୍ଯ୍ଯରେ ଲଗାଉଥିଲେ ଦଲାଲ । ନାବାଳିକାଙ୍କ ବୟାନ ଆଧାରରେ କଟକ ଗୋପାଳପୁରରୁ ଦମ୍ପତ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୂପାଟଣା ପୋଲିସ । ଗିରଫ ଦମ୍ପତି ହେଲେ ଓମ ପ୍ରକାଶ ଚୌଧୁରୀ ଓ ଜାସ୍ମିନ ଚୌଧୁରୀ । ଗିରଫ ଦମ୍ପତି ନାବାଳିକାକୁ ଯୌନ କାର୍ଯ୍ୟରେ ନିୟୋଜିତ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ଘଟଣାରେ ଆଉ କିଛି ମାଷ୍ଟର ମାଇଣ୍ଡ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଧରିବାକୁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିବା କହିଛନ୍ତି ଡିସିପି ।
ଉଦ୍ଧାର ପରେ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଛି । ଗତ ୧୦ ତାରିଖରୁ ନାବାଳିକା CWC ପାଖରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ପରିବାର ସହ ଯୋଗାଯୋଗ ହୋଇଛି । ନାବାଳିକାଙ୍କ ପରିବାର ଅତି ଗରିବ । ତେଣୁ ନ୍ୟାୟିକ ପ୍ରକ୍ରିୟା ପରେ ତାଙ୍କୁ ବାଂଲାଦେଶ ହାଇ କମିଶନରଙ୍କ ସହ ଯୋଗାଯୋଗ କରାଯିବ ବୋଲି CWC ଅଧ୍ୟକ୍ଷ କହିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ଘଟଣାର ତଦନ୍ତ ଜାରି ରହିଛି ଆଗକୁ ମଧ୍ଯ ଧରପଗଡ଼ କରାଯିବ । ଏହାସହ ଜଳପଥରେ ଅନୁପ୍ରବେଶ ଉପରେ କଡାକଡି ନଜର ରଖାଯିବ । ଡ୍ରୋନ ଦ୍ୱାରା ପାଟ୍ରୋଲିଂ ବ୍ୟାପକ ହେବ । ଉପକୂଳରେ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ୧୮ ଟି ମେରାଇନ ଥାନା ରହିଛି । ବର୍ତ୍ତମାନ ପାଟ୍ରୋଲିଂ ପାଇଁ ୧୫ ଟି ବୋଟ ରହିଛି । ୧୦ ଟି ନୂଆ ଫିସିଂ କ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଇଣ୍ଟରସେଫ୍ଟର ବୋଟ ମଧ୍ୟ ତଟରକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ।