ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଞ୍ଚଳର ପିଡିଏସ୍ ହିତାଧିକାରୀ, ନେଟୱର୍କ ନଥିବାରୁ ହୋଇପାରୁନାହିଁ ଇ-କେୱାସି ଅପଡେଟ୍

1 min read

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଞ୍ଚଳରେ ଫେଲ୍ ମାରିଛି ଖାଦ୍ୟସୁରକ୍ଷା ଯୋଜନା ।  ଗାଁରେ ମୋବାଇଲ୍ ନେଟୱର୍କ ପହଞ୍ଚି ନଥିବାରୁ ପିଡିଏସ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ ହୋଇପାରୁନାହିଁ । ରାସନ ସାମଗ୍ରୀ ପାଇଁ ଡବଲ ଇଞ୍ଜିନ ସରକାର ଇ-ପସ୍ ମେସିନ ସହାୟତାରେ ଇ-କେୱାଇସି ଅପଡେଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।

ନିର୍ଦ୍ଧାରିତ ସମୟରେ ଇ-କେୱାଇସି ଅପଡେଟ୍ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଇ- କେୱାଇସି ଅପଡେଟ୍ ନହୋଇପାରିଲେ ରାସନ ସାମଗ୍ରୀ ବନ୍ଦ ହେବା ସମ୍ଭାବନା ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଡବଲ ଇଞ୍ଚିନ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ନାରା ମଧ୍ୟ ଧୂଆଁବାଣ ପାଲଟିଛି ।

କେୱାସି ଅପଡେଟ୍ କରିବାକୁ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲାର ପିଡିଏସ୍ ହିତାଧିକାରୀ । ଜିଲ୍ଲାର ପ୍ରାୟ ୬ ଲକ୍ଷ ୧୯ ହଜାର ହିତାଧୀକାରୀ ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନା ଉପରେ ନିର୍ଭର କରିଥାନ୍ତି । ଏବେ ରାସନ ସାମଗ୍ରୀ ପାଇଁ ଡବଲ ଇଞ୍ଜିନ ସରକାର ଇ-ପସ୍ ମେସିନ ସହାୟତାରେ ଇ-କେୱାସି ଅପଡେଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ମୟୂଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବା ନଥିବାରୁ ଇ-କେୱାସି ଅପଡେଟ୍ ହେବାରେ ସମସ୍ୟା ସୃଷ୍ଟି ହୋଇଛି । ନେଟୱର୍କ ପାଇଁ ସହାୟକମାନଙ୍କୁ କେଉଁଠି ଗାଁ ମୁଣ୍ଡକୁ ଯିବାକୁ ପଡୁଛି ତ ଆଉ କେଉଁଠାରେ ଗ୍ରାମପଞ୍ଚାୟତର କୋଠା ଉପରକୁ ଯାଇ ଇ-ପସ୍ ମେସିନ ଖୋଲିବାକୁ ନେଟୱାର୍କ ପାଇଁ ଅପେକ୍ଷା କରୁଛନ୍ତି ।

ମୋବାଇଲ ନେଟୱାର୍କର ସମସ୍ୟା ରହୁଥିବାରୁ ଲିଙ୍କ୍ ମିଳୁନାହିଁ । ଏପରିସ୍ଥଳେ ଇ-କେୱାଇସି ଅପଡେଟ୍ କରିବାକୁ ଖାଉଟିମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇ- କେୱାଇସି ଅପଡେଟ୍ ନହୋଇପାରିଲେ ରାସନ ସାମଗ୍ରୀ ବନ୍ଦ ହେବା ସମ୍ଭାବନା ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି।

ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱାର୍କ ଜନିତ ସମସ୍ୟା ଥିବା ବେଳେ ଦେଉଥିବା ଡବଲ ଇଞ୍ଜିନ ସରକାର ମେକ୍ ଇନ୍ ଇଣ୍ଡିଆ ନାରା ଧୂଆଁ ବଣ ପାଲଟିଛି । ମୟୂରଭଞ୍ଜ ଜିଲ୍ଲାରେ ଶାମାଖୁଣ୍ଟା, ବାଙ୍ଗିରିପୋଷି, ବିଜାତଳା, ବିଷୋଇ, ଯଶିପୁର, ସାରସକଣା ବ୍ଲକର କେତେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମୋବାଇଲ ନେଟୱାର୍କ ନଥିବାରୁ ସେସବୁ ବିତରଣକେନ୍ଦ୍ର ଉପରେ ନିର୍ଭରକରୁଥିବା ହଜାର ହଜାର ହିତାଧିକାରୀନଙ୍କୁ ଖାଉଟୀ ସାମଗ୍ରୀ ପାଇବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେତେକ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ଲିଙ୍କ୍ ମିଳୁ ନଥିବାରୁ ଖାଉଟି ସାମଗ୍ରୀ ବିତରଣ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଇପାରୁନାହିଁ । ସେସବୁ ଅଞ୍ଚଳରେ ଯୋଗାଣ ସହାୟକମାନେ ମାନୁଆଲ ପଦ୍ଧତିରେ ସାମଗ୍ରୀ ବିତରଣ କରୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

ମୟୂରଭଞ୍ଜ ଜିଲ୍ଲା ଭଳି ଆଦିବାସୀ ଅଧୁଷିତ ଅଞ୍ଚଳରେ ମୋବାଇଲ ନେଟୱର୍କ ସେବା ନଥିବାରୁ ହୋଇପାରୁନାହିଁ ହିତାଧିକାରୀଙ୍କ ଇ-କେୱାସି ଅପଡେଟ୍ । ଡବଲ ଇଞ୍ଜିନ ସରକାରଙ୍କ ମେକ ଇନ୍ ଇଣ୍ଡିଆ ନାରା ଧୂଆଁବାଣ ପାଲଟିଛି।