ସ୍ୱାମୀ ପଛେଇଲେ ତ’ ବଦଳିଗଲା ସ୍ୱରାଙ୍କ ସ୍ୱର,EVMକୁ ନେଇ ଉଠାଇଲେ ପ୍ରଶ୍ନ
1 min readନନ୍ଦିଘୋଷ ବ୍ୟୁରା: ମହାରାଷ୍ଟ୍ର ରାଜନୀତି ତିବ୍ର ହେବାରେ ଲାଗିଛି । ଭୋଟ୍ ଗଣତି ମଧ୍ୟରେ ଏନଡିଏ ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ଏବେ ବିରୋଧୀ ଇଣ୍ଡିମେଣ୍ଟ ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଯେଉଁଥିରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କାର । ତାଙ୍କ ସ୍ବାମୀ ଅହମ୍ମଦ ଫହାଦ ଅହମ୍ମଦ ପଛରେ ପଡ଼ିଥିବାବେଳେ ସେ ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନବାଚୀ । ଅଣୁଶକ୍ତି ଆସନରୁ ସେ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ଅଜିତ ପାଓ୍ବାରଙ୍କ ଏନସିପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ନବାବ ମଲ୍ଲିକଙ୍କ ଝିଅ ସନା । ସେ ସ୍ବରାଙ୍କ ସ୍ବାମୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ।
ଏହାସହ ସ୍ବରା କହିଛନ୍ତି କି, ୧୭ରୁ ୧୯ ରାଣଣ୍ଡ ପର୍ଯ୍ୟନ୍ତ ତାଙ୍କ ସ୍ବାମୀ ଆଗରେ ରହିଥିଲେ । ମାତ୍ର ପରେ ଏମିତି କଣ ହେଲା ଯେ ସେ ପଛେଇ ଗଲେ । ଇଭିଏମ ୯୯ ପ୍ରତିଶତ ଚାର୍ଜ ରହିଥିବାବେଳେ ଏହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏହା ସେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ କହିଛନ୍ତି ।
In #AnushaktiNagar vidhaan sabha after a steady lead by @FahadZirarAhmad of NCP-SP.. round 17, 18, 19 suddenly 99% battery charger EVMs are opened and BJP supported NCP-Ajit Pawar candidate takes lead. How can machines that have been voted on ALL day long have 99% charged… https://t.co/GknxDWOb5v
— Swara Bhasker (@ReallySwara) November 23, 2024